Masthead

ରହସ୍ୟ ଘେରରେ ରଘୁନାଥଙ୍କ ମୃତ୍ୟୁ

କଟକ (ବଡ଼ ଖବର ବ୍ୟୁରୋ): କଟକ ଗୋପାଳପୁରସ୍ଥିତ କଳିଙ୍ଗ ଭାରତୀ ଛାତ୍ରାବାସ ଅନ୍ତେବାସୀ ରଘୁନାଥ ଦାଶ (୧୯)ଙ୍କ ମୃତ୍ୟୁ ରହସ୍ୟ ଘେରରେ। ପରିବାର ଲୋକେ ରଘୁଙ୍କ ଅଚାନକ ତଥା ଅସ୍ୱାଭାବିକ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରି କଟକ ସଦର ଥାନାରେ ଅଭିଯୋଗ କରିଛନ୍ତି। କନ୍ଦରପୁର ଥାନା ଗତିରାଉତ ପାଟଣା ପଞ୍ଚାୟତ ଦାଶସାହିର ପ୍ରକାଶ ଦାଶ ତଥା ରଘୁନାଥ ଦାଶଙ୍କ ବାପା କହିଛନ୍ତି, ଗତ ୬ ତାରିଖରେ ସେ ରଘୁଙ୍କୁ ହଷ୍ଟେଲରେ ଛାଡ଼ି ଆସିଥିଲେ। ଖଟରୁ ପଡ଼ି ରଘୁଙ୍କ ମୃତ୍ୟୁ ହୋଇଥିବା ଖବର ୧୩ ତାରିଖ ସକାଳେ ଶୁଣିବା ପରେ ତାଙ୍କ ମନରେ ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ସେ ପ୍ରଶ୍ନ କରିଛନ୍ତି ଯେ ପରିବାରକୁ ନ ପଚାରି, ଖବର ନ ଦେଇ ହଷ୍ଟେଲ କର୍ମଚାରୀମାନେ ରଘୁଙ୍କୁ ମେଡିକାଲ କାହିଁକି ନେଲେ । ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ସମସ୍ତ ତଥ୍ୟ କାହିଁକି ଲୁଚାଯାଇଥିଲା ।

୧୨ ତାରିଖରେ ରଘୁଙ୍କର ବାନ୍ତି ହୋଇଥିଲା ବୋଲି ହଷ୍ଟେଲ କର୍ତ୍ତୃପକ୍ଷ କହୁଛନ୍ତି। କିନ୍ତୁ ବାନ୍ତି ପାଇଁ ରଘୁଙ୍କୁ କେଉଁ ମେଡିସିନ ଦିଆଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ହଷ୍ଟେଲରେ ୧୨ ତାରିଖ ରାତିରେ ସବୁ ପିଲା ମିଶି ଭୋଜି କରୁଥିଲେ। ଜୋରଜବରଦସ୍ତ ରଘୁଙ୍କୁ ତାଙ୍କ ସାଙ୍ଗମାନେ ନିଶା ଦ୍ରବ୍ୟ ଖୁଆଇଥିବା ସେ ସନ୍ଦେହ କରୁଥିବା କହିଛନ୍ତି। ସେଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ରଘୁ ମୋବାଇଲରେ ଅନଲାଇନ ଥିଲେ । ଯାହା ତାଙ୍କର ଜଣେ ସମ୍ପର୍କୀୟ ଭାଇ କହିଛନ୍ତି। ରଘୁଙ୍କ ଓଠ ଓ କାନରେ ରକ୍ତ ଛିଟା ଲାଗିଥିଲା। ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ। ଏ ସମ୍ପର୍କରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିବା ସତ୍ତ୍ୱେ ଏଯାବତ କୌଣସି ଜବାବ ମିଳି ପାରିନାହିଁ। ରଘୁ ରହୁଥିବା ହଷ୍ଟେଲ ରୁମର ଅନ୍ୟ ଛାତ୍ରମାନଙ୍କ ସହିତ ମଧ୍ୟ ଏ ସମ୍ପର୍କରେ ଯୋଗାଯୋଗ ହୋଇପାରି ନ ଥିଲା। ସେମାନେ ସମସ୍ତେ ଏଲଆଣ୍ଡଟି କମ୍ପାନୀରେ ଜବ କରିବାକୁ ଟ୍ରେନିଂରେ ଯାଇଛନ୍ତି। ସୋମବାରଠାରୁ ସେଠାରେ ରହୁଛନ୍ତି ବୋଲି ହଷ୍ଟେଲର ଜଣେ କର୍ମଚାରୀ କହିଛନ୍ତି।

ସଦର ଥାନା ଆଇଆଇସି ସୁଧାଂଶୁ ମହାପାତ୍ର କହିଛନ୍ତି ଯେ ମଙ୍ଗଳାବାଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ବର୍ତ୍ତମାନ ସେମାନଙ୍କ ପିଟିସନକୁ ପୋର୍ଟାଲରେ ରଖାଯାଇଛି। ୪-୫ ଦିନ ଭିତରେ ପୋଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଆଇଆଇସି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା