Masthead

ସରେଣ୍ଡର କରିବେ ମନ୍ତ୍ରୀଙ୍କ ପୁଅ!

ଲକ୍ଷ୍ମୀପୁର (ବଡ଼ ଖବର ବ୍ୟୁରୋ): ଚାଷୀଙ୍କୁ ଗାଡ଼ି ଚଢ଼ାଇ ମାରିବା ଘଟଣାରେ ନୂଆମୋଡ଼ । ମାମଲାରେ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ସରେଣ୍ଡର କରିପାରନ୍ତି । ଲକ୍ଷ୍ମୀପୁର ଖେରି ଜନପଦ ନ୍ୟାୟାଳୟରେ ଆତ୍ମସମର୍ପଣ କରିପାରନ୍ତି ଆଶିଷ । ତେବେ ଆଶିଷଙ୍କ ବ୍ୟତୀତ ଅନ୍ୟ ୧୪ ଜରଙ୍କ ନାଁରେ ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର ଭଳି ସଙ୍ଗୀନ ଅଭିଯୋଗ ରହିଛି ।

ଏଫଆଇଆର ଅନୁଯାୟୀ, ଯେଉଁ ଗାଡି ଚଢାଇ ଚାଷୀଙ୍କୁ ହତ୍ୟା କରାଯାଇଥିଲା ସେହି ଗାଡିର ବାମପାଶ୍ୱର୍ରେ ଆଶିଷ ମିଶ୍ରା ବସିଥିଲେ । ଆଉ ଏହି ଘଟଣାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି । ବିରୋଧୀ କଂଗ୍ରେସ ଏହି ଘଟଣାରେ ସରକାରଙ୍କୁ ଟାର୍ଗେଟ କରିବା ସହ କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରୁଛି । ଲକ୍ଷ୍ମୀପୁର ହିଂସାକାଣ୍ଡ ଘଟଣାକୁ ୩ ଦିନରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏଥିପାଇଁ କିଏ ଦାୟୀ ତାହାର ଉତ୍ତର ଖୋଜୁଛି ପୋଲିସ । ଭିନ୍ନ ଭିନ୍ନ ଭିଡ଼ିଓ ସାମ୍ନାକୁ ଆସିବା ପରେ ଘଟଣା ଉପରୁ ପରଦା କିଛି ମାତ୍ରାରେ ହଟିଥିଲେ ମଧ୍ୟ ପୂରା ସତ କଣ ତାହା ଏଯାଏଁ ପଦାକୁ ଆସିନି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ