Masthead

ପରଲୋକରେ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ

ପାଟନା, (ବଡ଼ ଖବର ବ୍ୟୁରୋ) : ଆର ପାରିରେ କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟିର ନେତା ରାମ ବିଳାସ ପାଶୱାନ । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ସେ କିଛି ଦିନ ହେବ ଅସୁସ୍ଥତା କାରଣରୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପାଶୱାନଙ୍କ ମୃତ୍ୟୁକୁ ନେଇ ତାଙ୍କ ପୁଅ ଚିରାଗ ପାଶୱାନ ଟୁଇଟ୍ କରି ଲେଖିଲେ ‘ ମିସ୍ ୟୁ ପାପା’ । ସେ ବିହାର ରାଜନୀତିରେ ଜଣେ ବରିଷ୍ଠ ଓ ଲୋକପ୍ରିଅ ନେତା ଥିଲେ । ସାରା ଦେଶ ଜଣେ ବିଚକ୍ଷଣ ତଥା ଅନୁଭବୀ ନେତାଙ୍କୁ ହରାଇଛି ।

ସେ ୧୯୪୬ ମସିହା ଜୁଲାଇ ୫ରେ ବିହାରର ଖଗରିଆରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କ ରାଜନୈତିକ ଜୀବନ ୧୯୬୯ ମସିହାରେ ସମ୍ୟୁକ୍ତ ସମାଜବାଦୀ ପାର୍ଟିରୁ ଆରମ୍ଭ କରିଥିଲେ ଏବଂ ସେହି ବର୍ଷ ପ୍ରଥମ ଥର ପାଇଁ ବିହାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ୧୯୭୪ ମସିହାରେ ଲୋକ ଦଳରେ ସାମିଲ ହୋଇଥିଲେ ଏବଂ ଲୋକ ଦଳର ସାଧାରଣ ସଂପାଦକ ହୋଇଥିଲେ । ସେ ଆଠ ଥର ଲୋକ ସଭାକୁ ନିର୍ବାଚିତ ହୋଇଥିବା ବେଳେ ଥରେ ରାଜ୍ୟ ସଭାକୁ ମଧ୍ୟ ଯାଇଥିଲେ । ସେ ପ୍ରଥମ ଥର ପାଇଁ ୧୯୭୭ ମସିହାରେ ଜନତା ପାର୍ଟିରୁ ହଜିପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ପରେ ସେ ସେହି ନିର୍ବାଚିତ ମଣ୍ଡଳୀରୁ ୧୯୮୦, ୧୯୮୯, ୧୯୯୬, ୧୯୯୮, ୧୯୯୯, ୨୦୦୪ ଓ ୨୦୧୪ରୁ ଆଠ ଥର ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି ।

୨୦୦୦ ମସିହାରେ ପାଶୱାନ ଲୋକ ଜନଶକ୍ତି ପାର୍ଟି ଗଠନ କରିଥିଲେ ଏବଂ ଦଳର ସଭାପତି ହୋଇଥିଲେ । ସେ ୨୦୦୪ ମସିହାରେ UPAରେ ଯୋଗ ଦେଇ ରାସାୟନିକ ଓ ସାର ବିଭାଗ , ଇସ୍ପାତ ବିଭାଗର ମନ୍ତ୍ରୀ ହୋଇଥିଲେ । ପାଶୱାନ ୨୦୦୯ ସାଧାରଣ ନିର୍ବାଚନ ପରାସ୍ତ ହେବା ପରେ ୨୦୧୦ରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୧୪ ସାଧାରଣ ନିର୍ବାଚନରେ ପୁଣି ଥରେ ହଜିପୁର ଆସନରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୧୪ ସାଧାରର ନିର୍ବାଚନରେ ବିଜେପି ମେଣ୍ଟ NDA ରେ ଯୋଗ ଦେଇଥିଲେ । NDAରେ ଯୋଗ ଦେବା ପରେ ସେ ୨୦୧୪-୨୦୧୯ ଏବଂ ୨୦୧୯ ରୁ ଆଜି ପର୍ୟ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି