Masthead

‘ମିଜୋରାମ ବର୍ତ୍ତମାନ ସୁରକ୍ଷିତ ନୁହେଁ’

ଇମ୍ଫାଲ  (ବଡ଼ ଖବର ବ୍ୟୁରୋ):  ମଣିପୁରକୁ ନେଇ ସାରା ଦେଶ ସ୍ତବ୍ଧ । ଚାରିଆଡେ ସୃଷ୍ଟି ହୋଇଛି ଆଲୋଡ଼ନ । ବୁଧବାର ଦୁଇ କୁକି ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଳାଇବା ତଥା ଯୌନ ନିର୍ଯାତନା ଦେବା ପ୍ରସଙ୍ଗରେ ଉଠୁଛି ପଡୁଛି ରାଜରାସ୍ତା । ଏହାରି ମଧ୍ୟରେ ମିଜୋରାମରେ ପୂର୍ବତନ ଉଗ୍ରବାଦୀର ଏକ ସଂଗଠନ ଉଭୟ ମୈତେଇ ଏବଂ ପଙ୍ଗାଲସଙ୍କୁ ମିଜୋରାମ ରାଜ୍ୟରୁ ବାହାରିଯିବା ଲାଗି କହିଛନ୍ତି । ଉଗ୍ରବାଦୀଙ୍କ କହିବା  ଅନୁଯାୟୀ, ମଣିପୁରରେ ଦୁଇ ମହିଳାଙ୍କ ଉଲଗ୍ନ ଭିଡିଓ ଏବଂ ସେମାନଙ୍କ ଉପରେ ନିର୍ଯାତନାର ଘଟଣାକୁ ନେଇ ମିଜୋରାମ ଯୁବକମାନେ କ୍ରୋଧରେ ଅଛନ୍ତି ।

ଆଇଜୋଲରେ ପୂର୍ବତନ ଉଗ୍ରବାଦୀର ସଂଗଠନ ପିସ ଏକାର୍ଡ ଏମଏନଏଫ ରିଟର୍ଣ୍ଣଜ ଆସୋସିଏସନ ଶୁକ୍ରବାର ଦିନ ବିବୃତ୍ତି ଜାରି କରି କହିଛନ୍ତି ଯେ, ମିଜୋରାମରେ ସ୍ଥିତି ବର୍ତ୍ତମାନ ଚାପଗ୍ରସ୍ତରେ ଅଛି । ମଣିପୁରରେ ବିଦ୍ରୋହକାରୀଙ୍କ ଦ୍ୱାରା ହୋଇଥିବା ଏହି ଅପରାଧ ଲାଗି, ମଣିପୁରର ମୈତେଇ ଲୋକଙ୍କ ପାଇଁ ମିଜୋରାମରେ ରହିବା ବର୍ତ୍ତମାନ ସୁରକ୍ଷିତ ନୁହେଁ । ମିଜୋରାମ ସରକାର କହିଛନ୍ତି ଯେ, କୌଣସି ଅଘଟଣକୁ ଏଡାଇବା ପାଇଁ ଆମେ ମୈତେଇ ଲୋକଙ୍କୁ ଅନୁରୋଧ କରୁଛୁ। ଆମେ ସେମାନଙ୍କୁ କୌଣସି ଆଦେଶ ଦେଉନାହୁଁ। ସେମାନଙ୍କ ସୁରକ୍ଷା ପାଇଁ ଚେଷ୍ଟା ଜାରି ରହିଛି । ମୈତେଇ ସମ୍ପ୍ରଦାୟର ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଗୁଜବ ପ୍ରତି ଧ୍ୟାନ ନ ଦେବାକୁ କହିଥିଲେ।

ସଂଗଠନ କହିଛି, ମିଜୋରାମରେ ରହୁଥିବା ମୈତେଇ ସମ୍ପ୍ରଦାୟର ଲୋକମାନେ ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟ ଛାଡିବା ଉଚିତ। ମଣିପୁରରେ ଘଟିଥିବା ଏହି ଘଟଣାରେ ମିଜୋ ଲୋକଙ୍କୁ ଗଭୀର ଆଘାତ ଲାଗିଛି। ତେଣୁ ଏଭଳି ପରିସ୍ଥିତିରେ ମିଜୋରାମ ମୈତେଇ ଲୋକ ଏବେ ସୁରକ୍ଷିତ ନୁହଁନ୍ତି। ମିଜୋରାମରେ ପ୍ରାୟ ୨୦୦୦ ମୈତେଇ ସମ୍ପ୍ରଦାୟର ଲୋକ ବାସ କରନ୍ତି। ସେମାନେ ପ୍ରାୟତଃ ରାଜଧାନୀ ଆଇଜୱାଲ ଏବଂ ଏହାର ଆଖପାଖ ଅଞ୍ଚଳରେ ବାସ କରନ୍ତି। ପିଏଏମଆରଏଙ୍କ ବୟାନ ପରେ ମିଜୋରାମରେ ରହୁଥିବା ମୈତେଇ ସମ୍ପ୍ରଦାୟ ମଧ୍ୟରେ ଭୟ ବ୍ୟାପି ଯାଇଛି। ସେମାନେ ନିଜ ଭିଟାମାଟି ଛାଡି ଯିବାକୁ ଅଣ୍ଟା ଭିଡିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ