Masthead

ରାଜ୍ୟରେ ଆଗାମୀ ୪ ଦିନ ଘନ କୁହୁଡ଼ି ଆଲର୍ଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଆଗାମୀ ୪ ଦିନ ଘନ କୁହୁଡ଼ି ରହିବ । ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହେବ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ସ୍ପଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ରବିବାର ଓ ସୋମବାର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିପାରେ । ଗୁରୁବାର ୮ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଥିଲା । ଶୁକ୍ରବାର ରାତିରେ ୧୪ ସ୍ଥାନ ୧୦ ଡିଗ୍ରୀ ତଳକୁ ଖସିଆସିଛି । ଜି ଉଦୟଗିରି ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ଏଠାରେ ପାରଦ ୪.୪ ଡିଗ୍ରୀ ଥିଲା । ଦାରିଙ୍ଗବାଡ଼ିରେ ୬ ଡିଗ୍ରୀ, ଫୁଲବାଣୀରେ ୬.୪, କୋରାପୁଟରେ ୬.୬, ସିମିଳିଗୁଡ଼ାରେ ୬.୭ ଡିଗ୍ରୀ ଥିଲା । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୫.୪ ଡିଗ୍ରୀ କମ୍ ରହିଥିଲା । ଝାରସୁଗୁଡ଼ାରେ ସ୍ୱାଭାବିକଠାରୁ ୩.୯ ଡିଗ୍ରୀ ଓ କଟକରେ ୧.୯ ଡିଗ୍ରୀ କମ୍ ଥିଲା । ରାଉରକେଲାରେ ରାତି ତାପମାତ୍ରା ୭, ଝାରସୁଗୁଡ଼ାରେ ୭.୪, କିରେଇରେ ୮.୬, ନବରଙ୍ଗପୁରରେ ୯, ନବରଙ୍ଗପୁରରେ ୯ ଡିଗ୍ରୀ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱଧର୍ମକୁ ଫେରିବା ପାଇଁ ପୁନର୍ଜନ୍ମ 🔴 ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୨୩ ମୃତ 🔴 ହ୍ବାଇଟ ହାଉସ ବାହାରେ ୨୫ ରାଉଣ୍ଡ ଫାୟରିଂ 🔴 ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୋଲିସ୍‌ SIସ୍କାମ୍: ୧୭ଜଣଙ୍କ ଜାମିନ ଖାରଜ 🔴 ପୌରାଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ 🔴 ଲ୍ୟାମ୍ପସ୍ MDଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଓଡ଼ିଶାରେ ରେକର୍ଡ ତାତି 🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା! 🔴 ସ୍ୱଧର୍ମକୁ ଫେରିବା ପାଇଁ ପୁନର୍ଜନ୍ମ 🔴 ପାକିସ୍ତାନ କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ, ୨୩ ମୃତ 🔴 ହ୍ବାଇଟ ହାଉସ ବାହାରେ ୨୫ ରାଉଣ୍ଡ ଫାୟରିଂ 🔴 ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପୋଲିସ୍‌ SIସ୍କାମ୍: ୧୭ଜଣଙ୍କ ଜାମିନ ଖାରଜ 🔴 ପୌରାଧ୍ୟକ୍ଷଙ୍କ ଘରକୁ ବୋମା ମାଡ଼ 🔴 ଲ୍ୟାମ୍ପସ୍ MDଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଓଡ଼ିଶାରେ ରେକର୍ଡ ତାତି 🔴 ପୁଲୱାମା ମାଷ୍ଟର ମାଇଣ୍ଡକୁ ହତ୍ୟା 🔴 ଘରୁ ବାହାରକୁ ବାହାରନ୍ତୁନି…ଅଂଶୁଘାତ ସମ୍ଭାବନା!