ରୋହିତଙ୍କ ବିସ୍ଫୋରଣରେ ପାକିସ୍ତାନ ଧରାଶାୟୀ

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ଅହମ୍ମଦାବାଦ ମ୍ୟାଚରେ ଭାରତର ବଡ ବିଜୟ । ପାକିସ୍ତାନକୁ ୭ ୱିକେଟର ହରାଇଲା ଟିମ୍ ଇଣ୍ଡିଆ । ଆଉ ଭାରତର ଏହି ବିଜୟ ପରେ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ପାକିସ୍ତାନ ବିପକ୍ଷରେ ଏକ ରେକର୍ଡ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଭାରତ ଚଳିତ ବିଶ୍ୱକପରେ ଲଗାତାର ତୃତୀୟ ବିଜୟ ନିଜ ନାମରେ କରିଛି ରୋହିତ ସେନା । ପାକିସ୍ତାନର ୧୯୨ ରନର ଛୋଟ ଟାର୍ଗେଟକୁ ପିଛା କରି ମାତ୍ର ୩୦.୩ ଓଭରରେ ହିଁ ବିଜୟୀ ହୋଇଛି ଭାରତ ।

ଅହମ୍ମଦାବାଦରେ ପ୍ରଥମେ ଭାରତୀୟ ବୋଲରଙ୍କ କମାଲ ପରେ ରୋହିତ ଶର୍ମାଙ୍କ ବିସ୍ଫୋରଣ ଭାରତକୁ ବୃହତ ବିଜୟ ଆଣି ଦେଇଛି । ୧୧୭ ବଲ ଓ ୭ ୱିକେଟରେ ବିଜୟୀ ହୋଇଛି ରୋହିତ ବାହିନୀ । ଆଉ ଏହି ବିଜୟ ସହ ଭାରତ ସମସ୍ତ ଦଳକୁ ପଛରେ ପକାଇ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅକ୍ତିଆର କରିଛି । ବୁମରା ମ୍ୟାନ ଅଫ ଦ ମ୍ୟାଚ ହୋଇଛନ୍ତି । ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ ୮୬ ରନ କରିଥିଲେ । ୬୩ ବଲରୁ ବିସ୍ଫୋରକ ଖେଳ ଖେଳି ୮୬ ରନ କରିଥିଲେ ରୋହିତ, ଯେଉଁଥିଲେ ଥିଲା ବିଶାଳ ୬ଟି ଛକା ।

ଏଥିସହ ଦିନିକିଆରେ ରୋହିତ ଶର୍ମା ୩୦୦ ଛକାର ରେକର୍ଡ କରିଛନ୍ତି । ଶ୍ରେୟସ ଅୟର ୬୩ ବଲରୁ ଅପରାଜିତ ୫୩ ରନ କରି ଦଳକୁ ବିଜୟୀ କରାଇଥିଲେ । ଏହି ଅର୍ଦ୍ଧଶତକୀୟ ପାଳିରେ ଅୟର ୩ ଚୌକା ଓ ୨ଟି ଛକା ମାରିଥିଲେ । କେଏଲ ରାହୁଲ ୧୯ ରନ କରି ଅପରାଜିତ ରହିଥିବା ବେଳେ ବିରାଟ କୋହଲି ଓ ଶୁବମନ ଗିଲ ୧୬ ରନ ଲେଖାଏଁ କରିଥିଲେ । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲେ ଅଧିନାୟକ ରୋହିତ ଶର୍ମା । ପ୍ରଥମରୁ ପାକିସ୍ତାନର ଦୁଇ ଓପନର ବ୍ୟାଟର ଚମକ୍ରାର ଢ଼ଙ୍ଗରେ ପାଳି ଆରମ୍ଭ କରିଥିଲେ । ସେପଟେ ବିଶ୍ୱକପରେ ପାକିସ୍ତାନକୁ ଭାରତ ପରାଜୟ କରିବା ପରେ ପ୍ରଧାନମନ୍ତ୍ରୀ ଭାରତୀୟ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି କି, ଭାରତୀୟ ଟିମ ଓ ଭାରତବାସୀଙ୍କୁ ଏହି ବିଜୟ ପାଇଁ ମୁଁ ଧନ୍ୟବାଦ ଜ୍ଞାପନ କରୁଛି । ଭାରତ ବହୁତ ସୁନ୍ଦର ବିଜୟ ହାସଲ କରିଛି । କ୍ରୀଡା ହେଉଛି ଭାରତୀୟ ସଂସ୍କୃତିର ଏକ ଭାଗ । ଏହାସହ ଭାରତରେ ପ୍ରତିଟି ଗ୍ରାମରେ ପାଳନ ହେଉଥିବା ପର୍ବରେ କ୍ରୀଡା ସାମିଲ ଥାଏ ବୋଲି ସେ କହିଛନ୍ତି । ଆମେ ଭାରତୀୟ ମାନେ କେବଳ କ୍ରୀଡାପ୍ରେମୀ ନୁହଁନ୍ତି ବରଂ କ୍ରୀଡାକୁ ନେଇ ଜୀବନ ଜିଇଁ ଥାନ୍ତି ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି