Masthead

ପିଲାଙ୍କ ପାଇଁ ବିପଦ ସାଜିଛି ମୋବାଇଲ ଟାୱାର

ବରବିଲ (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ବଡ଼ବିଲ ୱର୍ଡ ନମ୍ବର ଏଗାରରେ ଥିବା ମଧୁସୂଦନ ୟୁପି ସ୍କୁଲରେ ପିଲାମାନଙ୍କ ପାଇଁ ବିପଦ ସାଜିଛି ମୋବାଇଲ ଟାୱାର । ଏହି ମଧୁସୂଦନ ସ୍କୁଲକୁ ଲାଗି ଆଗରୁ ଏକ ଟାୱାର ଥିଲା କିନ୍ତୁ ସେଠାରେ ଆଉ ଏକ ରିଲାଏନ୍ସ ଟାୱାର ବସିବା ସହ ସ୍କୁଲ ଦିବାଲକୁ ଲାଗି ଏକ ନୂତନ ଟ୍ରାନ୍ସଫରମର ବସାଯାଇଛି । ଯାହା ପିଲାମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରାଯାଇଛି ବୋଲି ସେଠିକାର ଅଭିଭାବକ ଓ ସ୍କୁଲ କମିଟିର ସଦସ୍ୟ ଅଭିଯୋଗ କରିଛନ୍ତି ।

ସ୍କୁଲ କମିଟି ଏକ ଅଭିଯୋଗ ପତ୍ର ବଡବିଲ ପ୍ରଶାସନକୁ ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଟାୱାର ଓ ଟ୍ରାନ୍ସଫରମରଟି ବଡ଼ବିଲ ଆଇଟିଆଇ ପରିସରରେ ଅଛି । ଏହି କଥା ଆମେ ଯେତେ ବେଳେ ଆଇଟିଆଇ ପ୍ରିନ୍ସପାଲଙ୍କୁ ପଚାରିଥିଲୁ ସେ ତାଙ୍କର ଉତ୍ତର ଦେଇଥିଲେ ଯେ ରିଲାଏନ୍ସ କମ୍ପାନୀ ସରକାରଙ୍କ ଠାରୁ ପରିମିସନ ଆଣିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଯେ ଗତ କିଛିଦିନ ତଳେ ଏହି ୧୧ କେଭି ତାରକୁ ଲାଗି ଏକ ଅଘଟଣ ଘଟି ଏକ ଛାତ୍ରଙ୍କ ଜୀବନ ଯାଇଥିଲା ।

ତାପରେ ମଧ୍ୟ କିପରି ସ୍କୁଲ କାନ୍ଥ କୁ ଲାଗି ଏକ ବିଦ୍ୟୁତ ଟ୍ରାନ୍ସଫର୍ମ ବସଯାଉଛି । ସ୍କୁଲ ଉପରେ ୧୧କେଭି ତାର ଯାଇଛି ଯଦି ଏହି ତାର ଓ ଟ୍ରାନ୍ସଫରମରକୁ ଉଠାଯାଇ ଅନ୍ୟତ୍ର ବସାଯାଉ ଓ ଉପରେ ଥିବା ୧୧କେଭି ତାରକୁ ମଧ୍ୟ ଉଠା ଯାଉ ବୋଲି ସେଠିକାର ଅଧିବାସୀ ଓ ସ୍କୁଲ ଶିକ୍ଷକମାନେ ଅନୁରୋଧ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ