Masthead

୨୦୭୦ ମଧ୍ୟରେ କାର୍ବନ ନିଗର୍ମନକୁ ଶୂନ କରିବାକୁ ଲକ୍ଷ୍ୟ: ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ନେଇ ଗ୍ଲାସଗୋ ସମ୍ମିଳନୀରେ ବିଶ୍ୱକୁ ଭାରତର ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍କଟଲାଣ୍ଡର ବୃତ୍ତେମ ନଗରୀ ଗ୍ଲାସଗୋଠାରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସମ୍ମିଳନୀ ‘ସିଓପି୨୬’ରେ ସେ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ନେଇ ପୂର୍ବରୁ ଯେଉଁ ସବୁ ପ୍ରତିଶ୍ରୁତି ଦିଆଯାଇଛି ତାହା ପାଳନ କରାଯାଇନାହିଁ ।

ଜଳବାୟୁ ପରିବର୍ତ୍ତନ ନେଇ ସାରା ବିଶ୍ୱ ଅନେକ ଯୋଜନା କରୁଛି । ହେଲେ ସଫଳ ହୋଇନାହିଁ। ତେବେ ଜଳବାୟୁ ପରିବର୍ତ୍ତନ ନେଇ ଭାରତ ପକ୍ଷରୁ ସେ ଏକ ପଞ୍ଚସୂତ୍ରୀ ଫର୍ମୁଲା ରଖିଛନ୍ତି । ମୋଦି କହିଛନ୍ତି ଯେ, କାର୍ବନ ସ୍ତରକୁ ୪୫ ପ୍ରତିଶତରୁ କମ୍ କରିବାକୁ ଭାରତ ଉଦ୍ୟମ କରୁଛି । ଭାରତ ଭଳି ବିକାଶଶୀଳ ଦେଶ, କୋଟି କୋଟି ଲୋକଙ୍କ ଦାରିଦ୍ର୍ୟ ଦୂର କରିବାକୁ ଉଦ୍ୟମ ଚଳାଇଥିବା ସତ୍ତ୍ବେ ବି ପରିବେଶ ସୁରକ୍ଷା ପାଇଁ ସବୁବେଳେ ପ୍ରତିବଦ୍ଧତା ଦେଖାଇ ଆସିଛି ।

ଏହାଛଡ଼ା ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତର ଜନସଂଖ୍ୟା ବିଶ୍ୱ ଜନସଂଖ୍ୟାର ୧୭ ପ୍ରତିଶତ । ହେଲେ ମାତ୍ର ୫ ପ୍ରତିଶତ ପ୍ରଦୂଷଣ ପାଇଁ ଦାୟୀ । ନିଜ କର୍ତ୍ତବ୍ୟ ପାଳନରେ ଭାରତ କେବେ ବି ପଛରେ ପଡ଼ିନାହିଁ । ୨୦୩୦ ଭିତରେ ବିନା କୋଇଲାରେ ୫୦୦ ଗିଗାୱାଟ୍ ବିଦ୍ୟୁତ ଶକ୍ତି ଉତ୍ପାଦନ କରିବ ଭାରତ । ୨୦୩୦ ମଧ୍ୟରେ ଭାରତ ୫୦ ପ୍ରତିଶତ ବିଦ୍ୟୁତ ଶକ୍ତିର ଆବଶ୍ୟକତା ଅକ୍ଷୟ ଶକ୍ତିରୁ ପୂରଣ କରିବ ।

ଏହି ସମୟ ମଧ୍ୟରେ ୧ ବିଲିୟନ ଟନ୍ କାର୍ବନ ନିର୍ଗମନ କମ୍ କରିବ ଭାରତ, ଯାହା କାର୍ବନ ସ୍ତରକୁ ୪୫ ପ୍ରତିଶତରୁ ଅଧିକ ହ୍ରାସ କରିପାରିବ । ୨୦୭୦ ମଧ୍ୟରେ କାର୍ବନ ନିଗର୍ମନକୁ ଶୂନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ