Masthead

ଜି ୨୦ରେ ମୁତୟନ ଥିବା ପୋଲିସ କର୍ମୀଙ୍କ ସହ ଡିନର କଲେ ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ)ଦିଲ୍ଲୀରେ ଆୟୋଜିତ ହୋଇଥିବା ଜି-୨୦ ସମ୍ମିଳନୀ ସଫଳତାପୂର୍ବକ ଶେଷ ହୋଇଛି । ଏହି ଜି-୨୦ ସମ୍ମିଳନୀକୁ ଶାନ୍ତି ଶୃଙ୍ଖଳା ସମାପ୍ତ କରିବା ପାଇଁ ରହିଥିଲା ସ୍ୱତନ୍ତ୍ର ଆଇନ ବ୍ୟବସ୍ଥା ଏବଂ ସୁରକ୍ଷା । ଯେଉଁଥିପାଇଁ ଦିନ ରାତି ଅକ୍ଳାନ୍ତ ପାରିଶ୍ରମ କରିଥିଲେ ଦିଲ୍ଲୀର ପୋଲିସ କର୍ମୀ ।ଜି-୨୦ର ସଫଳ ଆୟୋଜନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସନ୍ଧ୍ୟାରେ ଭାରତ ମଣ୍ଡପମ୍‌ରେ ପୋଲିସ, ପାରାମିଲିଟାରୀ ଏବଂ ଅନ୍ୟାନ୍ୟ ଏଜେନ୍ସିଙ୍କ ସହିତ ରାତ୍ରି ଭୋଜନ କରିଥିଲେ। ପିଏମ୍‌ ମୋଦି ସନ୍ଧ୍ୟାରେ ୬ଟାରେ ଭାରତ ମଣ୍ଡପମ୍‌ରେ ପହଞ୍ଚିଥିଲେ। ଏଠାରେ ଅତିଥିମାନେ ପୂର୍ବରୁ ହିଁ ପ୍ଲେନାରୀ ହଲରେ ବସିଥିଲେ। ହଲରେ ପହଞ୍ଚିବା ପରେ ମୋଦି ସମସ୍ତଙ୍କୁ ଜି-୨୦ର ସଫଳ ଆୟୋଜନ ପାଇଁ ଧନ୍ୟବାଦ ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ମୋଦି ନିଜକୁ ଦେଶର ସବୁଠାରୁ ବଡ଼ ଶ୍ରମିକ ବୋଲି ବର୍ଣ୍ଣନା କରିଥିଲେ ଏବଂ ଅତିଥିମାନଙ୍କୁ ଛୋଟ ଶ୍ରମିକ ବୋଲି କହିଥିଲେ। ମୋଦି କହିଥିଲେ ଯେ ଆପଣଙ୍କ ଯୋଗୁ ଆଜି ଭାରତ ଏବଂ ଜି-୨୦ର ସଫଳତାକୁ ନେଇ ସାରା ବିଶ୍ୱରେ ପ୍ରଶଂସା ହେଉଛି।ଆପଣ ସମସ୍ତେ ମିଶି ଦେଶର ନାମ ଉଜ୍ଜ୍ୱଳ କରିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଆମେ ସମସ୍ତେ ଶ୍ରମିକ। ଜି ୨୦ ର ସଫଳତା ପରେ ଆମକୁ ଚାରିଆଡ଼ୁ ପ୍ରଶଂସା ଶୁଣିବାକୁ ମିଳୁଛି। ଏଥିପାଇଁ ଯେଉଁମାନେ ଦିନରାତି ଲାଗିଥିଲେ, ଯେଉଁମାନଙ୍କ ଯୋଗୁ ଏହି ସଫଳତା ମିଳିଛି, ସେମାନେ ହେଉଛନ୍ତି ଆପଣ ସମସ୍ତେ। ଏହି କାର୍ୟ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ ଶାହ, ଦିଲ୍ଲୀ ପୋଲିସ କମିଶନର ସଞ୍ଜୟ ଅରୋରା, ସ୍ୱତନ୍ତ୍ର କମିଶନର ଆର୍‌.ଏସ୍ କୃଷ୍ଣୟାଙ୍କ ସମେତ ୨୫ ଜଣ ବରିଷ୍ଠ ଅଧିକାରୀ ଏବଂ ଦିଲ୍ଲୀ ପୋଲିସର ପାଖାପାଖି ୨୫୦ କର୍ମଚାରୀ ଅଂଶଗ୍ରହଣ କରିଥିଲେ। କାର୍ୟ୍ୟକ୍ରମରେ ପାରାମିଲିଟାରୀ ଫୋର୍ସ, ଏନଡିଏମସି, ଏନଡିଆରଏଫ ଏବଂ ଅନ୍ୟାନ୍ୟ ଏଜେନ୍ସିର ପ୍ରାୟ ୩ ହଜାର ଲୋକ ସାମିଲ ହୋଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ