Masthead

T-20 ବିଶ୍ୱକପର ସବୁଠାରୁ ଚର୍ଚ୍ଚିତ ମ୍ୟାଚ, ଭାରତ-ପାକିସ୍ତାନ ମୁକାବିଲା ଆଜି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଟି-ଟ୍ୱେଣ୍ଟି ବିଶ୍ୱପ୍ର ସବୁଠାରୁ ଚର୍ଚ୍ଚିତ ତଥା ବହୁ ପ୍ରତୀକ୍ଷିତ ମ୍ୟାଚ ଆଜି । ସୁପର ସନଡେରେ ବିଶ୍ୱ କ୍ରିକେଟର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ । ଆଜି ପରସ୍ପରକୁ ଭେଟିବେ । ଭାରତର ସୁପରଷ୍ଟାର ମାନଙ୍କ ସହିତ ପାକିସ୍ତାନ ଯୁବ ତଥା ପ୍ରତିଭସମ୍ପନ୍ନ ଖେଳାଳି ମାନଙ୍କ ମଧ୍ୟରେ ଏକ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିବ ।

ତେବେ ଦୁଇ ଦେଶ ମଧ୍ୟରେ କୂଟନୈତିକ ଓ ରାଜନୈତିକ ସମ୍ପର୍କ ଏତେ ଭଲ ନଥିବାରୁ ବହୁ ବର୍ଷ ହେବ ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ କିମ୍ବା ଅନ୍ୟାନ୍ୟ ଖେଳର ଆୟୋଜନ ହୋଇ ପାରି ନାହିଁ । ଆଇସିସି ଟୁର୍ଣ୍ଣାମେଣ୍ଟରେ ଦୁଇ ଦେଶ ନିୟମିତ ଭାବେ ପରସ୍ପରକୁ ଭେଟିଛନ୍ତି ।

୨୦୦୭ରେ ଟି-ଟେଣ୍ଟି ବିଶ୍ୱକପ ପ୍ରତମଥର ପାଇଁ ଖେଳାଯାଇଥିଲା, ଓ ସେବେଠାରୁ ଭାରତ ସବୁ ମ୍ୟାଚରେ ପାକିସ୍ତାନକୁ ହରାଇ ଆସିଛି । ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତ ଏହି ମ୍ୟାଚ ଗୁଡ଼ିକରେ ବିଜୟୀ ହୋଇଛି । ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ସବୁ ୫ଟି ମ୍ୟାଚରେ ପାକିସ୍ତାନକୁ ହରାଇ ଆସିଛି । ଆଉ ଏଥର ଭିରାଟ କୋହଲିଙ୍କ ନେତୃତ୍ୱରେ ସମାନ ପ୍ରଦର୍ଶନ ଜାରି ରଖିବ ବୋଲି ଆଶା ରଖିଛି ଭାରତ । କ୍ରିକେଟ ସହ ଜଡ଼ିତ ଥିବା ସବୁ ସଂସ୍ଥା ଓ ଷ୍ଟେକହୋଲଡର ଏହି ମ୍ୟାଚକୁ ନେଇ ବେଶ ଉତ୍ସାହିତ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା