Masthead

ବିହାରରେ ଭାଙ୍ଗିଲା ମହାମେଣ୍ଟ

ପାଟନା(ବଡ଼ ଖବର ବ୍ୟୁରୋ): ବିହାରରେ ଭାଙ୍ଗିଲା ମହାମେଣ୍ଟ । ମେଣ୍ଟ ଭାଙ୍ଗିବା ପଛରେ କେବଳ ଆରଜେଡି ଅର୍ଥାତ ଲାଲୁପ୍ରସାଦ ଯାଦବଙ୍କ ଦଳ ହିଁ ଦାୟୀ । ଏଭଳି କହିଛନ୍ତି ବିହାର କଂଗ୍ରେସ ପ୍ରଭାରୀ ଭକ୍ତ ଚରଣ ଦାସ । କେବଳ ଏତିକି ନୁହେଁ ବରଂ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ସମସ୍ତ ୪୦ଟି ଆସନରୁ ନିର୍ବାଚନ ଲଢିବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ସେପଟେ ଗତବର୍ଷ ହିଁ କଂଗ୍ରେସ, ଆରଜେଡି ଓ ବାମଦଳ ମିଶି ମେଣ୍ଟ ଗଠନ କରିଥିଲେ । ମେଣ୍ଟ ଭାଙ୍ଗିବାର ମୁଖ୍ୟ କାରଣ ହେଉଛି ବିହାରର ଦୁଇଟି ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବା । ଯାହା ଫଳରେ କଂଗ୍ରେସ ଓ ଆରଜେଡି ମଧ୍ୟରେ ଖୋଲାଖୋଲି ଭାବରେ ବିବାଦ ଦେଖାଦେଉଛି ।

ଏହା ମଧ୍ୟରେ ମହାମେଣ୍ଟ ଭାଙ୍ଗିବା କଥା ବିହାର କଂଗ୍ରେସ ଦାୟିତ୍ୱରେ ଥିବା ଭକ୍ତ ଚରଣ ଦାସ ଘୋଷଣା କରିଛନ୍ତି । ତେବେ କଂଗ୍ରେସ ଆଉ ବିହାରରେ ମହାସଂଘର ଅଂଶ ନୁହେଁ । ଆସନ୍ତା ଲୋକସଭା ନିର୍ବାଚନରେ ବିହାରର ସମସ୍ତ ୪୦ଟି ଆସନରେ କଂଗ୍ରେସ ଏକାକୀ ପ୍ରତିନ୍ଦ୍ୱତିତା କରିବ । ପାଟନାରେ ପପୁ ଯାଦବ ଏବଂ ଭକ୍ତ ଚରଣ ଦାସଙ୍କ ସାକ୍ଷାତ ପରେ ଏହି କଥା ସାମ୍ନାକୁ ଆସୁଛି । ଏହା ଛଡ଼ା ଏଥର ପପୁ ଯାଦବ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିବ ।

ଅନ୍ୟପଟେ ବିହାରର ତାରପୁର ଏବଂ କୁଶେଶ୍ପବରଷ୍ଟାନ ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେଉଛି । ଏଭଳି ପରିସ୍ଥିତିରେ ଆରଜେଡି ଏହି ଆସନରେ ପ୍ରାର୍ଥୀ ଘୋଷଣା କରିଥିଲେ । ଏହା ପରେ କଂଗ୍ରେସ ଉଭୟ ଆସନରୁ ପ୍ରାର୍ଥୀ ଦେବାକୁ ଘୋଷଣା କରିଥିଲା । ବାସ ଏହା ପରେ ଆରମ୍ଭ ହୋଇଯାଇଥିଲା କଂଗ୍ରେସ ଓ ଆରଜେଡି ମଧ୍ୟରେ ତିକ୍ତତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ