Masthead

ସୁନା ଶାଢୀ ପିନ୍ଧି ଝଲସିଲେ ମା’

ମହାରାଷ୍ଟ୍ର (ବଡ଼ ଖବର ବ୍ୟୁରୋ): ଶାରଦୀୟ ଦୁର୍ଗାପୂଜାର ଆଜି ଶେଷ ଦିନ। ଆଜି ସବୁଠି ପାଳନ ହେଉଛି ବିଜୟା ଦଶମୀ। ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ଜଗତଜ୍ଜନନୀ ମା ଦୁର୍ଗାଙ୍କର ବିଜୟା ଦଶମୀ ବା ଦଶହରା ପର୍ବ। ଏଥିପାଇଁ ଆଜି ଉଭୟ ପୀଠ ଓ ପୂଜା ମଣ୍ଡପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ବିଭିନ୍ନ ରୂପ ବିଭିନ୍ନ ବେଶରେ ସଜେଇ ହୋଇଛନ୍ତି ମା’ । ସେହିପରି ମହାରାଷ୍ଟ୍ରର ପୁନେରେ ଥିବା ଶ୍ରୀ ମହାଲକ୍ଷ୍ମୀ ମନ୍ଦିରରେ ମା’ଙ୍କୁ ପିନ୍ଧା ଯାଇଛି ସୁନାର ଶାଢୀ ।

ଯାହା ୧୧ ପୂର୍ବେ ଜଣେ ଭକ୍ତ ମା’ଙ୍କୁ ଏହି ଶାଢୀ ପ୍ରଦାନ କରିଥିଲେ । ମନ୍ଦିରର ପୂଜକଙ୍କ କହିବା ଅନୁସାରେ ଏହି ଶାଢୀ କେବଳ ଦୁଇଥର ଦେବୀଙ୍କୁ ପିନ୍ଧାଯାଏ । ଗୋଟିଏ ହେଉଛି ବିଜୟ ଦଶମୀ ଏବଂ ଅନ୍ୟଟି ହେଉଛି ଲକ୍ଷ୍ମୀ ପୂଜାରେ । ଯାହାର ଓଜନ ହେଉଛି ୧୬ କିଲୋଗ୍ରାମ । ମହାରାଷ୍ଟ୍ରର ସମସ୍ତ ମନ୍ଦିର ମଧ୍ୟରେ ପୁନେର ଶ୍ରୀ ମହାଲକ୍ଷ୍ମୀ ମନ୍ଦିରର ରହିଛି ସ୍ୱତନ୍ତ୍ରତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌ 🔴 ୨୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସତର୍କତା 🔴 ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଶାଶୁକୁ ହାଣିଲା ବୋହୂ 🔴 ଇରାନର ଇସଫାହାନ୍ ସହରରେ ବଡ଼ ବିସ୍ଫୋରଣ 🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି 🔴 ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ! 🔴 କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌ 🔴 ୨୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ସତର୍କତା 🔴 ଖୁବଶୀଘ୍ର ଇରାନ ଛାଡ଼ିବ ଆମେରିକା 🔴 ଆହୁରି ୩ ଦିନ କାଳବୈଶାଖୀ ବର୍ଷା 🔴 ‘ହାର୍ ନମାନିଲା ଯାଏଁ ବନ୍ଦ କରନି ଆକ୍ରମଣ’ 🔴 ଶାଶୁକୁ ହାଣିଲା ବୋହୂ 🔴 ଇରାନର ଇସଫାହାନ୍ ସହରରେ ବଡ଼ ବିସ୍ଫୋରଣ 🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି 🔴 ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ !