Masthead

ଭାରତରେ କ୍ଷୁଧା ସ୍ତର ଉଦବେଗଜନକ; ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ସିବଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ ପୁଣିଥରେ ଚର୍ଚ୍ଚାରେ । ତେବେ ଆଜି ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଦେଶର ଖରାପ ମାନ୍ୟତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଥିବାର ଦେଖିବାକୁ ମିଳିଛି । ପାକିସ୍ତାନ ସମେତ ପଡୋଶୀ ଦେଶ ପଛରେ ରହି ଭାରତ ନିଜର ୯୪ ସ୍ଥାନରୁ ୧୦୧ ତମ ସ୍ଥାନକୁ ଖସି ଆସିଛି । କେବଳ ଏତିକି ନୁହେଁ ବରଂ ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ରିପୋର୍ଟରେ ଭାରତରେ କ୍ଷୁଧା ସ୍ତର ଉଦବେଗଜନକ ବୋଲି କୁହାଯାଇଛି । ଏଖବର ସାମ୍ନାକୁ ଆସିବା ପରେ ଶାସକ ଦଳକୁ ସମସ୍ତେ ଟାର୍ଗେଟ କରୁଥିବାର ଦେଖିବାକୁ ମିଳିଛି । ବିଶେଷ କରି ଜି-୨୩ର ସଦସ୍ୟମାନେ । ଏନେଇ ପ୍ରଧାନମନ୍ତ୍ରୀଙ୍କୁ କଡ଼ା ସମାଲୋଚନା କରିବା ସହ ଭାରତର ଏପରିସ୍ଥିତି ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ସହ ଦାରିଦ୍ର, କ୍ଷୁଧା ଦୂର କରିବା ତଥା ଭାରତୀୟଙ୍କୁ ବିଶ୍ୱ ଶକ୍ତିରେ ପରିଣତ କରିବା ଉପରେ ସରକାରଙ୍କ ଦାବିକୁ ପରିହାସ କରିଛନ୍ତି । ଅନ୍ୟପଟେ ୨୦୨୦ରେ ମୋଟ ୧୦୭ଟି ଦେଶ ମଧ୍ୟରୁ ଭାରତ ୯୪ ତମ ସ୍ଥାନରେ ଥିଲା । ବର୍ତ୍ତମାନ ତାଲିକାରେ ୧୧୬ଟି ଦେଶ ଥିବାବେଳେ ଏହା ୧୦୧ ତମ ସ୍ଥାନକୁ ଖସି ଆସିଛି । ଏପରିକି ଭାରତର GHI ସ୍କୋର ମଧ୍ୟ ହ୍ରାସ ପାଇଛି । ତେବେ ୨୦୦୦ ମସିହାରେ ୩୮.୮ ରୁ ୨୦୧୨ରୁ ୨୦୨୧ ମଧ୍ୟରେ ୨୮.୮ ରୁ ୨୭.୫କୁ ହ୍ରାସ ପାଇଛି । ସେପଟେ ଉଭୟ ନେପାଳ ଓ ବାଂଲାଦେଶ ୭୬ରେ ରହିଛନ୍ତି, ମିଆଁମାର ୭୧ ଏବଂ ପାକିସ୍ତାନ ୯୨ ପରି ପଡୋଶୀ ଦେଶ ଭାରତ ଅପେକ୍ଷା ନାଗରିକଙ୍କୁ ଖାଇବାକୁ ଦେବାରେ ଭଲ ପ୍ରଦର୍ଶନ କରିଛନ୍ତି ।

ତଥାପି ଏହି ଦେଶଗୁଡ଼ିକ ଉଦବେଗଜନକ କ୍ଷୁଧା ବର୍ଗରେ ସ୍ଥାନ ପାଇଛନ୍ତି । ଅନ୍ୟପଟେ ଭାରତ ଆଉ ସବୁଥିରେ ଉନ୍ନତି ଆଣିଛି । ଯେପରିକି ୧ ବର୍ଷରୁ କମ ମୃତ୍ୟୁ ହାର, ପିଲାମାନଙ୍କ ମଧ୍ୟରେ ଷ୍ଟଣ୍ଟିଂର ପ୍ରାଦୂର୍ଭାବ ଏବଂ ପର୍ଯ୍ୟାନ୍ତ ଖାଦ୍ୟ ଅଭାବରୁ ପୃଷ୍ଟିହୀନତାର ପ୍ରାଦୂର୍ଭାବ ହେଉ । GHI ସ୍କୋରକୁ ଚାରୋଟି ସୂଚକ ଉପରେ ଗଣନା କରାଯାଏ । ସେଗୁଡ଼ିକ ହେଲା ପୃଷ୍ଟିହୀନତା, ଶିଶୁ ଅପଚୟ, ଶିଶୁ ଷ୍ଟଣ୍ଟିଂ ଏବଂ ଶିଶୁ ମୃତ୍ୟୁହାର ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ 🔴 ବୈତରଣୀ ଏବଂ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା, ଅସ୍ତବ୍ୟସ୍ତ ଜନଜୀବନ 🔴 ପୋଲିସ ସେବା ପୁରସ୍କାର ୨୦୨୬, ଓଡିଶାର ୧୭ଜଣଙ୍କୁ ମିଳିବ.. 🔴 ଚମୋଲି ଟନେଲ୍‌ ଅଘଟଣ, ୭ଶ୍ରମିକ ମୃତ 🔴 ୨୦ ଆଉ ଏକ ଲଘୁଚାପ ! 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ