Masthead

ବାଥୁଡି ସମ୍ପ୍ରଦାୟର ସ୍ୱର୍ଗୀୟ ଦେବମାତାଙ୍କ ବିୟୋଗରେ ଶୋକସଭା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୟୂରଭଞ୍ଜ ଶିମିଳିପାଳ ଗଡ଼ର ସ୍ୱର୍ଗୀୟ ଦେବରାଜ ଶ୍ରୀ ଶ୍ରୀ ବୃନ୍ଦାବନ ମହାପାତ୍ରଙ୍କ ପତ୍ନୀ ତଥା ଆଦିବାସୀ ବାଥୁଡି ସମ୍ପ୍ରଦାୟର ସ୍ୱର୍ଗୀୟ ଦେବ ମାତା ଅଧିକ ମହାପାତ୍ରଙ୍କ ବିୟୋଗରେ ବଡାମ ସଂସ୍କୃତି ସୁରକ୍ଷା ପରିଷଦ, ଓଡିଶା ତରଫରୁ କରଞ୍ଜିଆ ନିକଟସ୍ଥ ଝୁମୁକାକୁଦର ଗ୍ରାମରେ ଏକ ପାରମ୍ପରିକ ଶୋକସଭା ଆୟୋଜିତ ହୋଇଯାଇଛି ।

ଏଥିରେ ପାହାଡ଼ମଡ଼କ ଗ୍ରାମର ଦେହୁରୀ କୈବଲ୍ୟ କୁସୁମାଳିଆଙ୍କ ନେତୃତ୍ୱରେ ଝୁମୁକାକୁଦରର ଦେହୁରୀ ଶରତ ଚନ୍ଦ୍ର ମଢେଇ, ହାତୀମୁଣ୍ଡିର ଦେହୁରୀ ସୁଶୀଲ ଚନ୍ଦ୍ର ନାଏକ, ବଲାଣପୋଷିର ଦେହୁରୀ ଶଇଳ ଫଦୁକାର୍, ଭଣ୍ଡାର ଦେହୁରୀ ଛତିସ୍ ଚନ୍ଦ୍ର ନାଏକ, କୁଳିପୋଷିର ଦେହୁରୀ ବାବୁଲା ନାଏକ ପ୍ରମୁଖ ଏକତ୍ରୀତ ହୋଇ ସ୍ୱର୍ଗୀୟ ଦେବମାତାଙ୍କ ଉଦ୍ଦେଶ୍ୟରେ ପ୍ରଭୁ ବଡାମ୍ ବଡାମଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ପରେ ଦୟାନିଧି ନାଏକ, ଦାସ ବାବୁ, ବିଷ୍ଣୁ ନାଏକ, ବାବୁଲାଲ ନାଏକ, ରଶ୍ମିତା ମଢେଇ, ବୀଣା କୁସୁମାଳିଆ ଓ ପରିଷଦର ଅନ୍ୟାନ୍ୟ ସଦସ୍ୟଙ୍କ ଦ୍ଵାରା ଦେବମାତାଙ୍କ ସ୍ମୃତିରେ ପାରମ୍ପରିକ ଶୋକ ସଙ୍ଗୀତ ଗାନ କରାଯାଇଥିଲା । ଏହାପରେ ବଡ଼ାମ୍ ସଂସ୍କୃତି ସୁରକ୍ଷା ପରିଷଦର ସଭାପତି ଇନ୍ଦ୍ରମଣୀ ମଢେଇଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତି ସଭାରେ ଦଶରଥ ଦାସ, ଟିକୁନୁ ନାଏକ, ହୁକୁଲୁ ନାଏକ, ସୁଲୋଚନା ନାଏକ ପ୍ରମୁଖ ବକ୍ତବ୍ୟ ରଖି ଦେବମାତାଙ୍କ ବିୟୋଗ ସମଗ୍ର ବାଥୁଡି ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଦର୍ଶାଇଥିଲେ। ସଭା ଶେଷରେ ଆୟୋଜକ ଶମ୍ଭୁନାଥ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଶିମିଳିପାଳ ଗଡ଼ର ଶାସନ ଭାର ବାଥୁଡି ସମ୍ପ୍ରଦାୟର ରାଜାଙ୍କ ଉପରେ ନ୍ୟସ୍ତଥିଲା ପରେ ରାଜତନ୍ତ୍ର ସମୟରେ ମୟୂରଭଞ୍ଜ ମହାରାଜା ତାଙ୍କ ବଂଶଜଙ୍କୁ ଭଞ୍ଜଭୂମି ଗଡ଼, ଯଶିପୁର ଗଡ଼, କରଞ୍ଜିଆ ଗଡ଼ ଓ ଆଦିପୁର ଗଡ଼ରେ ଜମିଦାର ରୂପେ ଅବସ୍ଥାପିତ କରି ସମ୍ମାନ ସ୍ୱରୂପ ଚାମର ଓ ରୁପା ଛତା ପ୍ରଦାନ କରିଥିଲେ । ଭଞ୍ଜଭୂମି ଗଡ଼ର ଅବସ୍ଥାପିତ ହେବା ପରେ ରାଣୀଭୋଳରେ ଏକ ମଠ ସ୍ଥାପନ କରି ମହାପାତ୍ର ସଂଜ୍ଞା ଧାରୀ ଦେବରାଜ ଗଣ ବଂଶାନୁକ୍ରମିକ ଭାବେ ବାଥୁଡି ସମ୍ପ୍ରଦାୟର ମୁଖ୍ୟ ଆସନ ଅଳଙ୍କୃତ କରିବା ସହ ଶିମିଳିପାଳ ଅଠରଦେଉଳ ପୂଜାରେ ମୁଖ୍ୟ ଭୂମିକା ଗ୍ରହଣ କରି ଆସୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ