Masthead

ହସ୍ପିଟାଲରେ ଭର୍ତ୍ତି ହେଲେ ମୁକୁଲ ରୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତୃଣମୂଳ କଂଗ୍ରେସର ଚର୍ଚ୍ଚିତ ନେତା ମୁକୁଲ ରୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ତାଙ୍କୁ କୋଲିକତାସ୍ଥିତ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି । ଏହା ସହ ତାଙ୍କୁ ହସ୍ପିଟାଲ ନେବା ବେଳେ ତାଙ୍କ ସହ ନିରାପତ୍ତା କର୍ମଚାରୀ ଏବଂ କିଛି ସମର୍ଥକଙ୍କୁ ଦେଖିବାକୁ ମିଳିଥିଲା । କିଛିଦିନ ପୂର୍ବରୁ ମୁକୁଲ ରୟଙ୍କର ପତ୍ନୀଙ୍କର ଦେହାନ୍ତ ଘଟିଥିଲା । ଏବଂ ଏହା ପରେ ମୁକଲ ରୟଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଛି ବୋଲି ମୁକୁଲଙ୍କ ନିକଟତର ବ୍ୟକ୍ତିମାନେ କହିଛନ୍ତି । ଅପରପକ୍ଷେ ମୁକୁଲ ରୟ ତୃଣମୂଳ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ ।

ବିଜେପିରେ ପ୍ରାୟ ୪ ବର୍ଷ ରହିବା ପରେ ପୁଣିଥରେ ତୃଣମୂଳ କଂଗ୍ରେସକୁ ଫେରିଆସିଥିଲେ । ଅନ୍ୟପଟେ କିଛି ଦିନ ପୂର୍ବରୁ ମୁକୁଲ ରୟ ଉପବିର୍ବାଚନକୁ ନେଇ ବଡ ବୟାନ ଦେଇଥିଲେ । ତେବେ ଯଦି ମତଦାନ ହୁଏ ତାହାଲେ ବିଜେପି କୃଷ୍ଣନଗର ଉପବିର୍ବାଚନରେ ନିଶ୍ଚିତ ଜିତିବ ବୋଲି କହିଥିଲେ । ତୃଣମୂଳ କଂଗେସରେ ଥାଇ ମୁକୁଲଙ୍କ ଏଭଳି ମନ୍ତବ୍ୟକୁ ସହଜରେ ହଜମ କରିପାରି ନଥିଲା ଶାସକ ଦଳ । କିଛିଲୋକ ତାଙ୍କର ମାନସିକ ବିଭ୍ରାନ୍ତି ଘଟିଥିବା କଥା ମଧ୍ୟ କହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା