Masthead

ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀ ମେରାଇନ ଡ୍ରାଇଭ ରୋଡ ବାଲିଘାଇ ସ୍ଥିତ ମିଳ୍କ ସିଟିରେ ଅନୁଷ୍ଠିତ ହେଉଛି ବିଜୁ ଯୁବ ଓ ଛାତ୍ର ଜନତା ଦଳର ପ୍ରଶିକ୍ଷଣ ଶିବିର । ମନ୍ତ୍ରୀ ସମୀର ଦାସ, ବ୍ୟୋମକେଶ ରାୟଙ୍କ ସମେତ ଅନେକ ତୁଙ୍ଗ ନେତା ଏବଂ ବିଧାୟକ ସାମିଲ ହୋଇ ନୀତି, ନୈତିକତାର ପାଠ ପଢ଼ାଉଛନ୍ତି ଯୁବ ଦଳକୁ । ଲୋକଙ୍କ ପାଖରେ ରହି କିଭଳି କାମ କରିବାକୁ ହୁଏ ସେ ଅଭିଜ୍ଞତା ବାଣ୍ଟୁଛନ୍ତି ଦଳିୟ ନେତୃତ୍ୱ । ବିଜୁ ଜନତା ଦଳ ଯେଉଁଭଳି ଭାବରେ ଦୀର୍ଘ ଦିନ ଧରି ଲୋକଙ୍କ ପାଖରେ ପହଂଚି ଛି ସେଇଭଳି କ୍ରମରେ ଆଗାମୀ ଦିନରେ ରହିବାକୁ ହେଲେ ଭଲ ଭାଷଣ ଦେଲେ ହେବ ନାହିଁ ବରଂ ଲୋକଙ୍କ ସାଙ୍ଗରେ ରହିବାକୁ ପରାମର୍ଶ ଦେଇଛନ୍ତି ଯୁବଙ୍କୁ ।

ଆଗକୁ ପଂଚାୟତ ନିର୍ବାଚନ ଥିବାବେଳେ ସବୁବେଳେ ନିର୍ବାଚନୀ ମ୍ୟାନେଜମେଣ୍ଟକୁ ସଠିକ ଆକଳନ କରିଥିବା ନବୀନଙ୍କର ଏହା ଗୋଟି ଚାଳନା ବୋଲି କୁହାଯାଇପାରେ । ଯୁବ ଦଳକୁ ସଶକ୍ତ କରି ନୂତନ ଆଗ୍ରହ ସୃଷ୍ଟି କରି ସେମାନଙ୍କୁ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ କରାଯାଉଛି ବୋଲି କୁହାଯାଇପାରେ ।ଅନେକ ପ୍ରସଙ୍ଗରେ ଛଂଦି ହୋଇଥିବା ଶାସକ ଦଳ ଆଗାମୀ ପଂଚାୟତ ନିର୍ବାଚନରେ ଯେଉଁଭଳି ଭାବରେ ପଛୁଆ ପଡିନଯାଏ ସେଥିନିମନ୍ତେ ଏ ଦଳର ନିର୍ବାଚନୀ ପ୍ରସ୍ତୁତି ବୋଲି ମଧ୍ୟ କୁହାଯାଇପାରେ ।

ଜିଲ୍ଲାର ସାଂଗଠନିକ ଯୁବ ଓ ଛାତ୍ର ନେତୃବୃନ୍ଦ ୩୧୪ଟି ବ୍ଲକର ପ୍ରତିନିଧି ଓ ୧୧୯ଟି ପୌରାଞ୍ଚଳର ଯୁବ କାର୍ଯ୍ୟକର୍ତ୍ତା ଓ ବିଜେଡି ଆଇଟି ସେଲର କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର କରାଯାଉଛି। ତେବେ ଆଜି କେବଳ ଯୁବ ବିଜେଡି ସମାବେଶ ଥିବା ବେଳେ ଆସନ୍ତାକାଲି ମାନେ ୨୭ରେ ରହିଛି ବିଜେଡି ଛାତ୍ର ସମାବେଶ। ଭର୍ଚୁଆଲ ମାଧ୍ୟମରେ ଆସନ୍ତାକାଲି ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଇଥି ପାଇଁ ପୁରୀରେ ମଧ୍ୟ ବୃହତ ଆୟୋଜନ ହେବା ସହ ରାସ୍ତାର ଉଭୟ ପାର୍ଶ୍ଵରେ ବଡ ବଡ ପୋଷ୍ଟର ମାନ ଦେଖିବାକୁ ମିଳିଛି । ତେବେ ଯୁବ ଦଳକୁ ପ୍ରସ୍ତୁତ କରୁଥିବା ଅଭିଜ୍ଞ ଦଳ ନିଜେ କେତେ ଲୋକଙ୍କ ସହିତ ରହିଛନ୍ତି ଓ ରହୁଛନ୍ତି ତାହା ଓଡ଼ିଶାର ଜନସାଧାରଣ ବିଚାର କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ