Masthead

ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଏ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ୪ଟା ଯାଏଁ ଗୃହ ମୁଲତବି । ବାରମ୍ବାର ହଟ୍ଟଗୋଳ ପରେ ୪ଟା ଯାଏଁ ଗୃହ ମୁଲତବି । ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ । ବିଧାନସଭାରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ । କହିଛନ୍ତି, ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଏ । ମୋ ସରକାର ହେଉଛି ଲୋକଙ୍କ ସରକାର ।
୬ ମାସରେ ୧୯୦ ଟି ସ୍ଥାନକୁ ଯାଇଛନ୍ତି, ୫୭୪୪୨ ଅଭିଯୋଗ ଗ୍ରହଣ ହୋଇଛି, ସେଥିମଧ୍ୟରୁ ୪୩୫୩୬ ସମାଧାନ ହୋଇଛି । ଦୁଇ ତିନି ମାସରେ ସମାଧାନ ହୋଇ ନଥିବା ଅଭିଯୋଗକୁ ସମାଧାନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟ ସର୍ବଦା ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ଦ୍ୱାରା ପରିଚାଳିତ, ଏଥିରେ ମନ୍ତ୍ରୀଙ୍କ ଆବଶ୍ୟକତା ନାହିଁ । ଅଭିଯୋଗ ଦାଖଲ ପରେ ବିଭାଗ ଅନୁଯାଇ ମନ୍ତ୍ରୀମାନଙ୍କ ତତ୍ୱାବଧନରେ ଏହାର ସମାଧାନ କରନ୍ତି । ବିରୋଧି ଆଣିଥିବା ଅଭିଯୋଗ ସମ୍ପୂର୍ଣ ମିଥ୍ୟା, ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରାଯାଉଛି । ବିରୋଧୀ ଖୁସି ହେବା ଦରକାର ସେମାନଙ୍କ ଅଂଚଳର ଅନେକ ସମସ୍ୟା ର ସମାଧାନ ହୋଇଛି । ମୁଁ ବୁଝି ପାରୁନାହିଁ, ଲୋକଙ୍କ ସମସ୍ୟାର ସମାଧାନ ହେଉଥିବା ବେଳେ ଏହାକୁ କାହିଁକି ବିରୋଧ କରାଯାଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ