Masthead

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଋଷି

ନାକଟିଦେଉଳ, (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ଧାତୁକିମାଳ ଗାଁର ଋଷି ଭୋଇ । ବୟସ ୬୫ ଛୁଇଁଲାଣି । ଆଦିବାସୀ ଗରିବ ଶ୍ରେଣୀର ଋଷିଙ୍କ ଲାଗି ସରକାରୀ ସହାୟତା ସାତସପନ । ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କୁ ନିବେଦନ କରିଛନ୍ତି ସେ । ପ୍ରତିଶ୍ରୃତି ବିନା ଆଉ କିଛି ସୁଫଳ ମିଳିନାହିଁ ।

ଋଷିଙ୍କ ପରିବାର କହିଲେ ଦୁଇପୁଅ ଓ ସ୍ତ୍ରୀ । ପରଘରେ ମୂଲ ମଜୁରି ଲାଗି ଯାହା ରୋଜଗାର କରନ୍ତି ସେତିକିରେ ଚଳୁଛି ପରିବାର । ଝାଟିମାଟି ନୁଆାଁଣିଆ ଚାଳଘରେ ରହୁଛନ୍ତି ୪ପ୍ରାଣୀ । ୨ ବଖରାରେ ଚଳିବା କଷ୍ଟକର ନିଶ୍ଚୟ । ଆବାସ ଯୋଜନାରେ ପକ୍କାଘର ଲାଗି ସରପଞ୍ଚଙ୍କୁ ବାରମ୍ବାର ନିବେଦନ କରିଥିଲେ ସୁଦ୍ଧା ସେ ଦୃଷ୍ଟି ଦେଉନଥିବା ଋଷି କହିଛନ୍ତି । ୬୦ ବର୍ଷରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ଦେଉଛନ୍ତି ସରକାର । ଋଷିଙ୍କୁ ୬୫ ହୋଇଥିଲେ ସୁଦ୍ଧା ଭତ୍ତା ମିଳୁନାହିଁ । ୩ଥର ଭତ୍ତା ଲାଗି ଆବେଦନ କରିଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ । ଏବେ ବି ସହାୟତା ଆଶାରେ ଚାହିଁ ରହିଛନ୍ତି । ସହାୟତା ମିଳିଲେ ପରିବାର ଭଲରେ ଚଳିପାରନ୍ତା ବୋଲି କହିଛନ୍ତି ଋଷି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା