Masthead

ମନ ମୋହୁଛି ଗେଣ୍ଡାଳିଆ

ବାରଙ୍ଗ (ବଡ଼ ଖବର ବ୍ୟୁରୋ): ନନ୍ଦନକାନନ ପ୍ରାଣୀଉଦ୍ୟାନ କାଞ୍ଜିଆ ହ୍ରଦ । ହ୍ରଦ କୂଳେକୂଳେ ପକ୍ଷୀଙ୍କ ଆସର । ସବୁଠୁ ନିଆରା ଲାଗୁଛି ଗେଣ୍ଡାଳିଆ ପକ୍ଷୀ । ଗେଣ୍ଡାଳିଆ ଏବେ ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣ ସାଜିଛି । ପର୍ଯ୍ୟଟକମାନେ ପକ୍ଷୀକୁ ଦେଖି ଚାହିଁ ରହୁଛନ୍ତି । ମନଖୋଲି ଆକାଶରେ ବିତରଣ କରୁଛନ୍ତି ଗେଣ୍ଡାଳିଆ । ଆକାଶରେ ଉଡୁଥିବା ଏହି ପକ୍ଷୀମାନେ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛନ୍ତି ।

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ଓଡିଶାର ଗେଣ୍ଡାଳିଆଙ୍କ ବଂଶ ସଂଖ୍ୟାରେ ନନ୍ଦନକାନନ ଦ୍ୱିତୀୟ ସ୍ଥାନରେ ରହିଛି । ଭିତରକନିକା ପ୍ରଥମ ଥିବାବେଳେ ନନ୍ଦକାନନ ଦ୍ୱିତୀୟ ସ୍ଥାନରେ ରହିଅଛି । ବର୍ଷାଋତୁ ପ୍ରାରମ୍ଭରୁ ଗେଣ୍ଡାଳିଆମାନେ ନନ୍ଦନକାନନକୁ ଚାଲିଆସନ୍ତି । କାଞ୍ଜିଆ ହ୍ରଦ କୂଳ ଗଛଗୁଡିକରେ ବସା ବାନ୍ଧିଥାନ୍ତି । ଛୁଆ ଜନ୍ମଦେଇ ଜାରୁଆରୀ ଶେଷ ବେଳକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ଚଳିତବର୍ଷ ନନ୍ଦନକାନନରେ ୨୪୭ଟି ଗଛରେ ୩୧୬୮ଟି ଗେଣ୍ଡାଳିଆ ବସା ବାନ୍ଧିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ