ଚର୍ଚ୍ଚାରେ ଅନୁଭବଙ୍କ ଗତବର୍ଷର ଚିଠି, କେନ୍ଦ୍ରାପଡ଼ା ପାଇଁ କହିଥିଲେ ଏମିତି କଥା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଚର୍ଚ୍ଚାରେ ଅନୁଭବଙ୍କ ଚିଠି । କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତି ଚିଠି ଲେଖିଛନ୍ତି କେନ୍ଦ୍ର ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭୀଙ୍କୁ । ଏ ଚିଠି ଗତ ବର୍ଷ ଡିସେମ୍ବରରେ । କିନ୍ତୁ ଚିଠିର ଚର୍ଚ୍ଚା ଏବେ ବେଶି ହେଉଛି । ଚିଠିରେ ଅନୁଭବ ନିଜ ନିର୍ବାଚନ ମଣ୍ଡଳୀର ସଖ୍ୟାଲଘୁଙ୍କ ଉନ୍ନତି ପାଇଁ କିଛି ପ୍ରସ୍ତାବ ଦେଇଛନ୍ତି । ଏ ପ୍ରସ୍ତାବରେ ଦକ୍ଷତା ବିକାଶର କଥା ଅଛି, ହଷ୍ଟେଲର କଥା ଅଛି । ଆଉ ଗୋଟିିଏ ଧାଡି ରହିଛି, ଯାହାକୁ ନେଇ ବିବାଦ ଦେଖା ଦେଇଛି । ସେ ବିବାଦ କଥା ଦେଖିବା ପୂର୍ବରୁ ପ୍ରଥମେ ବିକାଶ ପାଇଁ ସାଂସଦଙ୍କ ପ୍ରସ୍ତାବକୁ ଦେଖି ନିଅନ୍ତୁ । ନିଜ ଅଞ୍ଚଳର ସଂଖ୍ୟାଲଘୁ ନାଗରିକଙ୍କ ଦକ୍ଷତା ବୃଦ୍ଧି ପାଇଁ ୨ଟି ଆଇଟିଆଇ ସ୍ଥାପନ ପାଇଁ ପ୍ରସ୍ତାବ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ମେଗା ଅର୍ବାନ ହଷ୍ଟେଲ ନିର୍ମାଣ କରିବାକୁ ମଧ୍ୟ ସେ ଅପିଲ୍ କରିଛନ୍ତି । ସେ ଏହି ଚିଠି ଜଣେ ସାଂସଦ ଭାବେ ସିଧାସଳଖ କେନ୍ଦ୍ରମନ୍ତ୍ରୀଙ୍କୁ ଲେଖିଛନ୍ତି ।

ଅନୁଭବଙ୍କ ଏହି ଷ୍ଟାଇଲ ଏବେ ଚର୍ଚ୍ଚାରେ । କାହିଁକି ନା ସାଧାରଣତଃ ବିଜେଡିରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଛାଡିଲେ କୌଣସି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କୁ କେହି ଜନପ୍ରିତିନିଧି ଇନଡିଭିଜୁଆଲି ସିଧାସଳଖ ଚିଠି ଲେଖିବାର ନଜିର୍ ଖୁବ୍ କମ୍ । ଜଣେ ଜନପ୍ରତିନିଧି ନିଜ ଅଞ୍ଚଳର ବିକାଶ ପାଇଁ ପ୍ରୟାସ କରିପାରିବେ, ଏଥିପାଇଁ ସମସ୍ତଙ୍କୁୁ ଚିଠି ଲେଖିବାର ତାଙ୍କର ଅଧିକାର ରହିଛି । ହେଲେ ବିଜେଡି କଲଚରରେ ସାଧାରଣତଃ ଏମିତି ହୁଏନି । କୌଣସି ନେତା ଇନଡିଭିଜୁଆଲି ଏମିତି କରିବା ଖୁବ୍ କମ୍ । ତେଣୁ ଅନୁଭବଙ୍କ ଏ ଚିଠିରୁ ଆମେ କଣ ବୁଝିବା? ଅନୁଭବ ପାର୍ଟି କଲଚରରୁ ବାହାରି କିଛି କରି ଦେଖାଇବାକୁ ଚାହୁଁଛନ୍ତି କି? ନା ଅନୁଭବ ଏହା ଅନୁଭବ କଲେଣି କି, ଦଳ ଏବେ ଧୀରେ ଧୀରେ ତାଙ୍କୁ ସାଇଡ କରିବା ଆରମ୍ଭ କଲାଣି ।

ଆଗକୁ ଦଳ ତାଙ୍କୁ କେନ୍ଦ୍ରପଡାରେ ରିପିଟ୍ ନ କରିପାରେ, ତେଣୁ ନିଜର ଛାପ ଛାଡିବାକୁ ସେ ପାର୍ଟି କଲଚର ବାହାରକୁ ଯିବାକୁ ଉଚିତ୍ ଭାବିଛନ୍ତି କି? ୟେ ତ ଥିଲା ଅନୁଭବଙ୍କ ପ୍ରସ୍ତାବ ଓ ଏହାର ବିଶ୍ଳେଷଣ । ଏବେ ଆସନ୍ତୁ ଦେଖିବା ଏହି ଚିଠିର ଗୋଟିଏ ଧାଡି, ଯାହାକୁ ନେଇ ବିବାଦ ଦେଖା ଦେଇଛି । ସେହି ଧାଡିଟି ହେଉଛି, ଅନୁଭବ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରାପଡାକୁ ମାଇନରିଟି କମ୍ୟୁନିଟି ଡିଷ୍ଟ୍ରିକ୍ଟ ବା ସଂଖ୍ୟାଲଘୁ ସଂପ୍ରଦାୟ ଜିଲ୍ଲା ଭାବେ ଘୋଷଣା କରିବାକୁ । ଯାହାକୁ ନେଇ ହିଁ ବିବାଦ । ଏହି ଦାବି ପଛରେ ଅନୁଭବ ଧର୍ମକୁ ନେଇ ରାଜନୀତି କରୁଥିିବା କୁହାଯାଉଛି । ଆଉ ଯଦି କେନ୍ଦ୍ରାପଡାରେ ଜନଗଣନା ଅନୁଯାୟୀ ବିଭିନ୍ନ ସଂପ୍ରଦାୟର ଲୋକଙ୍କ ତଥ୍ୟ ଦେଖିବା ତାହେଲେ ସଂଖ୍ୟାଲଘୁଙ୍କ ପ୍ରତିଶତ ସଂଖ୍ୟାଗୁରୁଙ୍କ ଠାରୁ ବହୁତ ପଛରେ ରହିଛି । କେନ୍ଦ୍ରପଡାରେ ସଂଖ୍ୟାଲଘୁ ଅଛନ୍ତି, ସେମାନଙ୍କ ବିକାଶ ହେବା ଦରକାର, କିନ୍ତୁ ଏହାକୁ ସଂଖ୍ୟାଲଘୁ ଜିଲ୍ଲା ଘୋଷଣା କରିବା ପାଇଁ ସାଂସଦଙ୍କ ପ୍ରସ୍ତାବକୁ ଅନେକ ନାପସନ୍ଦ କରିଛନ୍ତି । ସଂଖ୍ୟାଲଘୁଙ୍କୁ ତୁଷ୍ଟିକରଣ କରିବାକୁ ଯାଇ ଅନୁଭବ ଏଭଳି କହିବା କେତେ ଠିକ୍ ବୋଲି ମଧ୍ୟ ପ୍ରଶ୍ନ ଉଠୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ