Masthead

ଏ ବର୍ଷ ନୁହଁ, ଆରବର୍ଷ କରୋନା ଟୀକା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଶ୍ୱ ମହାମାରୀ କରୋନା ସମଗ୍ର ପୃଥିବୀକୁ ଗ୍ରାସ କରିଛି । ପ୍ରଭାବିତ ହୋଇଛି ୨୧୩ ଦେଶ । ଲୋକଙ୍କ ଜୀବନଜୀବିକା ଏହି ଭୂତାଣୁ ଛଡାଇ ନେଇଛି । ପ୍ରତିଦିନ ବିଶ୍ୱର କାହାଘରେ କାନ୍ଧବୋବାଳି ଶୁଭୁଛି । ଆତ୍ମୀୟସ୍ୱଜନଙ୍କୁ ହରାଇ ପରିବାର ଲୋକେ ଭାଙ୍ଗି ପଡୁଛନ୍ତି । ଶ୍ମସାନରେ ନିଆଁ ଲିଭୁନି ।

କରୋନା ଜନିତ ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟାରେ ଲଗାମ୍ ଲାଗୁନି । କରୋନା ମୁକାବିଲା ପାଇଁ ବିଶ୍ୱ ସମୁଦାୟ ଲାଗିପଡିଛନ୍ତି । ଭାରତ ପଛରେ ପଡିନାହିଁ । ଦେଶର ବୈଜ୍ଞାନିକମାନେ ଚଳାଇଛନ୍ତି ଉଦ୍ୟମ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କରୋନା କଟକଣା କଡାକଡି କରାଯାଇଥିବା ବେଳେ ପ୍ରତିକାର ପାଇଁ ସମସ୍ତଙ୍କ ଅପେକ୍ଷା ଟୀକାକୁ ।

କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ମନ୍ତବ୍ୟ ଦେଶବାସୀଙ୍କୁ ଚକିତ କରିଦେଇଛି । ସେ କହିଛନ୍ତି, ‘ଆମେ ଆଶା କରୁଛୁ, ଆସନ୍ତା ବର୍ଷ ପ୍ରଥମାର୍ଦ୍ଧରେ ଟୀକା ପ୍ରସ୍ତୁତ ହେବ । ଦେଶର ବୈଜ୍ଞାନିକମାନେ ଏଥିପାଇଁ ଉଦ୍ୟମ ଚଳାଇଛନ୍ତି । ଏହି ଟୀକା କିପରି ସମସ୍ତଙ୍କ ପାଖରେ ପହଞ୍ଚିପାରିବ ପ୍ରୟାସ ଆରମ୍ଭ ହୋଇଛି’

ଦୁର୍ଗାପୂଜା ପରେ କରୋନା ଟୀକାର ବଜାରକୁ ଆସିବ ବୋଲି ସାଧାରଣରେ ବିଶ୍ୱାସ କରାଯାଉଥିଲା । ଏ ବର୍ଷ ନୁହେଁ, ଆର ବର୍ଷ ଟୀକା ଆସିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତି ସାଧାରଣ ଲୋକଙ୍କ ମନରେ ନୈରଶ୍ୟ ଭାବ ଖେଳାଇଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି