Masthead

ଜାତୀୟ ଆଦିବାସୀ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

ଅନୁଗୋଳ(ବଡ଼ ଖବର ବ୍ୟୁରୋ): ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ନଗରରେ ଅନୁଷ୍ଠିତ ହୋଇଛି ଜାତୀୟ ଆଦିବାସୀ ପ୍ରଦର୍ଶନୀ ମେଳା । ଏହି ପ୍ରଦର୍ଶନୀ ମେଳାରେ ୧୦୦ଟି ଷ୍ଟଲ ପଡିଛି। ଜନଜାତି ସମାଜ ସଭ୍ୟତାର ମୂଳ ସମାଜ । ଜନଜାତି ସମାଜର କଳା, ସଂସ୍କୃତି, ସଂସ୍କାର, ଚାଲିଚଳଣି, ପରମ୍ପରା, ନୃତ୍ୟ, ସଙ୍ଗୀତ, ଖାଦ୍ୟପେୟ, ବେଶପୋଷାକର ନିଜସ୍ୱ ପରିଚୟ ରହିଛି ।

ଏହି କ୍ରମରେ କେନ୍ଦ୍ର ସରକାରଙ୍କ ଉଦ୍ୟମ କ୍ରମେ ତଥା ନାଲକୋର ସହଭାଗୀତାରେ ଅନୁଗୋଳ ଜିଲ୍ଲାର ନାଲକୋ ନଗର ଠାରେ “ପରିଚୟ” ଅନୁଷ୍ଠାନ ପକ୍ଷରୁ ଜାତୀୟ ଜନଜାତି ମହୋତ୍ସବ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୧୮ ଅଗଷ୍ଟରୁ ୨୮ ଅଗଷ୍ଟ ପର‌୍ୟ୍ୟନ୍ତ ଚାଲିବ ନେଇ ସୂଚନା ମିଳିଛି । ପ୍ରଥମ ଦିନରେ ଉକ୍ତ କାର‌୍ୟ୍ୟକ୍ରମକୁ ମାନ୍ୟବର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରି ଶୁଭ ଆରମ୍ଭ କରିଥିଲେ ।

ତେବେ ଆଜି ପଞ୍ଚମ ଦିନରେ ମୁଖ୍ୟ ଅତିଥି ଭାବେ ସାମାଜିକ କର୍ମୀ ଶ୍ରୀମତୀ କୃଷ୍ଣ ମହାନ୍ତି, ମୁଖ୍ୟ ବକ୍ତା ଭାବରେ ସୁଭେନ୍ଦୁ ନାୟକ, ଡିଜିଏମ୍ (ଉଦ୍ୟାନ କୃଷି) ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ନାଲକୋ ଠିକା ମଜଦୁର ସଂଘ ଅଧ୍ୟକ୍ଷ ବିଭୁତି ମହାପାତ୍ର, ସରପଞ୍ଚ, ଭୋଗାବେରିଣୀ ଚାପଲିନ୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ