Masthead

ପରୀକୁ ମାରିଛି କିଏ ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନୟାଗଡରେ ଘଟିଥିଲା ଏକ ଜଘନ୍ୟକାଣ୍ଡ । ଯେଉଁ ଘଟଣାଥିଲା ଅମାନବୀୟ, ନିନ୍ଦନୀୟ । ଏକ ଛୋଟ ଝିଅକୁ ଅପହରଣ ପରେ ହତ୍ୟା । କେହି ତା’ର ଆଖି ଓ କିଡ଼ନୀ ନେଇଯାଇଥିଲା । ଏହି ଜଘନ୍ୟ ଘଟଣାକୁ ୪ମାସ ବିତିଗଲାଣି । କିନ୍ତୁ ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିପାରି ନାହିଁ । ମୃତା ଶିଶୁର ପରିବାର ନ୍ୟାୟ ପାଇବାରେ ବିଫଳ ହେବା ସହ ପୋଲିସ ନିର୍ଯାତନାର ଶିକାର ହେଉଛନ୍ତି । ଆମେ କିପରି ନ୍ୟାୟ ପାଇବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଆଜି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରି ଉଦ୍ଧାର ହୋଇଥିବା ନୟାଗଡ଼ର ଦମ୍ପତି ଛାତି ବାଡେଇ ଚିତ୍କାର କରୁଥିଲେ । ନିଜ କୋହକୁ ଚାପି ପାରିନଥିଲେ । ନ୍ୟାୟ ପାଇଁ ଅପେକ୍ଷା କରି ନିରାଶ ହେବା ପରେ ଆଜି ବିଧାନସଭା ସମ୍ମୁଖରେ ପହଞ୍ଚିଥିଲେ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର ଅଶୋକ ସାହୁ ଏବଂ ତାଙ୍କ ସ୍ତ୍ରୀ ସୌଦାମିନୀ ସାହୁ । ସେଠାରେ ନିଜ ଦେହରେ ଡିଜେଲ୍ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ମାତ୍ର ଠିକଣା ସମୟରେ ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି। ପୋଲିସ କାବୁ କରିବା ପରେ ଆତ୍ମାହୁତି ଉଦ୍ୟମ କରିଥିବା ଦମ୍ପତି କହିଛନ୍ତି- ‘ଝିଅ ପରୀର ମୃତ୍ୟୁକୁ ଅନେକ ମାସ ବିତିଥିଲେ ମଧ୍ୟ ଅଭିଯୁକ୍ତର ଟେର୍ ପାଉନି ପୋଲିସ । ଆମ କଥା କେହି ଶୁଣୁନାହାନ୍ତି କି ବୁଝୁନାହାନ୍ତି । ଆମ ଝିଅକୁ ମାରିଦେଲେ, ଆଖି ଓ କିଡନୀ ତାଡ଼ି ନେଲେ। ପୋଲିସ୍ ନିକଟରେ ଗୁହାରି କଲେ ପୋଲିସ ଶୁଣୁନି। ଆମକୁ ନ୍ୟାୟ ମିଳୁ ବୋଲି କହିଛନ୍ତି ଅଶୋକ ଓ ସୌଦାମିନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା