Masthead

ପରୀକୁ ମାରିଛି କିଏ ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନୟାଗଡରେ ଘଟିଥିଲା ଏକ ଜଘନ୍ୟକାଣ୍ଡ । ଯେଉଁ ଘଟଣାଥିଲା ଅମାନବୀୟ, ନିନ୍ଦନୀୟ । ଏକ ଛୋଟ ଝିଅକୁ ଅପହରଣ ପରେ ହତ୍ୟା । କେହି ତା’ର ଆଖି ଓ କିଡ଼ନୀ ନେଇଯାଇଥିଲା । ଏହି ଜଘନ୍ୟ ଘଟଣାକୁ ୪ମାସ ବିତିଗଲାଣି । କିନ୍ତୁ ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିପାରି ନାହିଁ । ମୃତା ଶିଶୁର ପରିବାର ନ୍ୟାୟ ପାଇବାରେ ବିଫଳ ହେବା ସହ ପୋଲିସ ନିର୍ଯାତନାର ଶିକାର ହେଉଛନ୍ତି । ଆମେ କିପରି ନ୍ୟାୟ ପାଇବୁ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଆଜି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ କରି ଉଦ୍ଧାର ହୋଇଥିବା ନୟାଗଡ଼ର ଦମ୍ପତି ଛାତି ବାଡେଇ ଚିତ୍କାର କରୁଥିଲେ । ନିଜ କୋହକୁ ଚାପି ପାରିନଥିଲେ । ନ୍ୟାୟ ପାଇଁ ଅପେକ୍ଷା କରି ନିରାଶ ହେବା ପରେ ଆଜି ବିଧାନସଭା ସମ୍ମୁଖରେ ପହଞ୍ଚିଥିଲେ ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର ଅଶୋକ ସାହୁ ଏବଂ ତାଙ୍କ ସ୍ତ୍ରୀ ସୌଦାମିନୀ ସାହୁ । ସେଠାରେ ନିଜ ଦେହରେ ଡିଜେଲ୍ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ମାତ୍ର ଠିକଣା ସମୟରେ ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଛି। ପୋଲିସ କାବୁ କରିବା ପରେ ଆତ୍ମାହୁତି ଉଦ୍ୟମ କରିଥିବା ଦମ୍ପତି କହିଛନ୍ତି- ‘ଝିଅ ପରୀର ମୃତ୍ୟୁକୁ ଅନେକ ମାସ ବିତିଥିଲେ ମଧ୍ୟ ଅଭିଯୁକ୍ତର ଟେର୍ ପାଉନି ପୋଲିସ । ଆମ କଥା କେହି ଶୁଣୁନାହାନ୍ତି କି ବୁଝୁନାହାନ୍ତି । ଆମ ଝିଅକୁ ମାରିଦେଲେ, ଆଖି ଓ କିଡନୀ ତାଡ଼ି ନେଲେ। ପୋଲିସ୍ ନିକଟରେ ଗୁହାରି କଲେ ପୋଲିସ ଶୁଣୁନି। ଆମକୁ ନ୍ୟାୟ ମିଳୁ ବୋଲି କହିଛନ୍ତି ଅଶୋକ ଓ ସୌଦାମିନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ