Masthead

ଗାଧୋଇବା ସମୟରେ ଭାସିଗଲେ ୨ ଛାତ୍ର

ହାଟଡିହି(ବଡ଼ ଖବର ବ୍ୟୁରୋ):ଗାଧୋଉଥିବା ସମୟରେ ଅସାବଧାନତା ଯୋଗୁଁ ଭାସିଯାଇଥିଲେ ଦୁଇ ଛାତ୍ର । ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିପାରିନାହିଁ । ଏପରି ଅଭାବନୀୟ ଘଟଣା ଘଟିଛି ହାଟଡ଼ିହି ବ୍ଲକ ପନ୍ଦାଡ଼ ଗାଁ ନିକଟରେ ଥିବା ବିଦ୍ୟାଧରପୁର ଆନନ୍ଦପୁର ମୁଖ୍ୟ କେନାଲରେ ।

ତେବେ ଭାସିଯାଇଥିବା ଛାତ୍ରଙ୍କ ମଧ୍ୟରୁ ଜଣେ ପନ୍ଦାଡ଼ ଗାଁର ଦଶମ ଶ୍ରେଣୀର ଛାତ୍ର ମାନସ ଦାସ ହୋଇଥିବା ବେଳେ ଅନ୍ୟ ଜଣକ ପଦରୁଖା ଗାଁର ନବମ ଶ୍ରେଣୀର ଛାତ୍ର ହିମାଂଶୁ ରାଉତ । କେନାଲରେ ଚାରି ଜଣ ଛାତ୍ର ଗାଧୋଇବାକୁ ଯାଇଥିବା ବେଳେ ଦୁଇଜଣ ଭାସିଯାଇ ନିଖୋଜ ହୋଇଛନ୍ତି । ଖବର ପାଇ ହାଟଡିହି ଓ ଆନନ୍ଦପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ହିମାଂଶୁଙ୍କ ମୃତ ଦେହ ମିଳିଥିବା ବେଳେ ଅନ୍ୟଜଣେ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ