Masthead

ଅର୍ଜୁନ ରାମପାଲଙ୍କୁ ଏନସିବିର ସମନ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡରେ ଡ୍ରଗ୍ସ ସଂଯୋଗ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ତଦନ୍ତ ଜାରି ରହିଛି । ମଙ୍ଗଳବାର ଦିନ ଏନସିବି ପୁଣି ଅର୍ଜୁନ ରାମପାଲଙ୍କୁ ଡକାଇଛି । ଏହାପୂର୍ବରୁ ଏନସିବି ଅର୍ଜୁନ ରାମପାଲ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମେଟ୍ରିଏଡଙ୍କୁ ଅନେକ ଘଣ୍ଟା ଧରି ପଚରାଉଚରା କରିଥିଲା । ନଭେମ୍ବରରେ ଏଜେନ୍ସି ଅଭିନେତାଙ୍କ ଘରେ ଖୋଜାଖୋଜି କରିଥିଲା । ତାଙ୍କ ଘରୁ ଲାପଟପ୍, ମୋବାଇଲ ଫୋନ ଏବଂ ଟାବଲେଟ୍ ଭଳି ଉପକରଣ ଜବତ କରାଯାଇଥିଲା । ପରେ ତାଙ୍କୁ ଏନସିବି କାଯ୍ୟାଳୟକୁ ଡକାଯାଇଥିଲା । ଖୋଜାଖୋଜି ସମୟରେ ଅର୍ଜୁନଙ୍କ ଘରୁ କିଛି ଡ୍ରଗସ୍ ମିଳିନଥିଲା, କିନ୍ତୁ ଏଭଳି ଅନେକ ଔଷଧ ମିଳିଥିଲା ଯାହା ଏନଡିପିଏସ ଅଧୀନରେ ନିଷେଧ ।

ବଲିଉଡ ଡ୍ରଗ୍ସ କନେକ୍ସନ୍ ମାମଲାରେ ଏନସିବି ଏ ପଯ୍ୟନ୍ତ ଅନେକ ବଲିଉଡ ତାରକାଙ୍କୁ ପ୍ରଶ୍ନ କରିଛି । କିନ୍ତୁ ଅର୍ଜୁନ ରାମପାଲଙ୍କ ନାମ ଡ୍ରଗ୍ସ କନେକ୍ସନରେ ଦେଖାଯାଉଛି ଯେତେବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲାଙ୍କ ଭାଇ ଏନସିବି ଦ୍ୱାରା ଗିରଫ ହୋଇଥିଲେ । ସେହି ସମୟରେ ପଚରାଉଚରାବେଳେ ଅର୍ଜୁନ ରାମପାଲ ଗଣମାଧ୍ୟମକୁ କହିଥିଲେ ଯେ ‘ଡ୍ରଗ୍ସ ସହ ମୋର କୌଣସି ସମ୍ପର୍କ ନାହିଁ । ମୋ ଘରୁ କିଛି ଔଷଧ ମିଳିଲା, ଯାହାର ମୁଁ ଏନସିବିକୁ ପ୍ରେସକ୍ରିପସନ୍ ଦେଇଛି । ମୁଁ ଅନୁସନ୍ଧାନରେ ସମ୍ପୂର୍ଣ୍ଣ ସହଯୋଗ କରୁଛି । ଏନସିବି ବହୁତ ଭଲ କାମ କରୁଛି । ଏହା ପୂର୍ବରୁ ନଭେମ୍ବର ୨୧ରେ ଏନସିବି ମୁମ୍ବାଇର ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ଘରେ ଚଢାଉ କରିଥିଲା । ସେମାନଙ୍କ ଘରୁ ଗଂଜେଇ ଉଦ୍ଧାର କରାଯାଇଥିଲା । ତାଙ୍କୁ ମୁମ୍ବାଇର ସ୍ୱତନ୍ତ୍ର ଏନଡିପିଏସ୍ କୋର୍ଟ ଜାମିନ ପ୍ରଦାନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ