Masthead

କଂଗ୍ରେସରୁ କଟିଲା କେତୁ ଦୋଷ: ତାରା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ ): କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଇସ୍ତଫା ଦେବା ପରେ ରାଜନୀତି ମୁହଁ ଖୋଲିଛନ୍ତି ତାରା ।  ପ୍ରତିକ୍ରିୟା ରଖି ଜୟପୁର ବିଧାୟକ ତାରାବାହିନୀ ପତି ପ୍ରଦୀପ ମାଝିଙ୍କ ଇସ୍ତଫାକୁ କେତୁ ଦୋଷ କଟିଲା ବୋଲି କହିଛନ୍ତି । ସେ କହିଛନ୍ତି କଂଗ୍ରେସ ଦଳରେ ଥିଲା ଗ୍ରହ ଦୋଷ। ପୂର୍ବରୁ ଶନି, ରାହୁ ଯାଇଥିଲେ ଏବେ କେତୁ ଗଲେ। ତେଣୁ କଂଗ୍ରେସରୁ ଗ୍ରହ ଦୋଷ କଟିଛି।କଂଗ୍ରେସ ଦଳ ଭଲ ଏବେ ଭଲ ପ୍ରଦର୍ଶନ କରିବ। ତାରା ଆହୁରି ମଧ୍ୟ କହିଛନ୍ତି ପ୍ରଦୀପ ମାଝୀଙ୍କ ଇସ୍ତଫା କଂଗ୍ରେସ ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଏଣିକି କଂଗ୍ରେସ ଦଳ ଅଧିକ ଶକ୍ତିଶାଳୀ ହେବ, ଭଲ ପ୍ରଦର୍ଶନ କରିବ ବୋଲି ତାରା କହିଛନ୍ତି । ପ୍ରଦୀପ ମାଝୀ ଯାହା ବି ପାଇଛନ୍ତି କଂଗ୍ରେସ ଦଳରୁ ହିଁ ପାଇଛନ୍ତି । ସେ କଂଗ୍ରେସ ଦଳ ଛାଡିବା ଦ୍ବାରା ଦଳରେ କୌଣସି ପ୍ରଭାବ ପଡିବ ନାହିଁ ।

ସେପଟେ  ଯେଉଁମାନେ କଂଗ୍ରେସ ଛାଡ଼ିଛନ୍ତି ସେମାନଙ୍କ ଉପରେ ବର୍ଷିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ। ସେ କହିଛନ୍ତି ‘ସବୁ ଡଙ୍ଗାବୁଡ଼ା ଏକାଠି ଭେଟ’।  ଅର୍ଥାତ୍ ସେ ପ୍ରଦୀପ ମାଝୀଙ୍କ କଥା ହେଉ କି ଚନ୍ଦ୍ରଶେଖର ମାଝୀ ହୁଅନ୍ତୁ କି କୈଳାସ କୁଲେଶିକା ହୁଅନ୍ତୁ। ପ୍ରାୟତ ସମସ୍ତେ କଂଗ୍ରେସ ଛାଡ଼ିବା ପରେ ବିଜେଡିରେ ମିଶିଛନ୍ତି। ତେଣୁ ଯେଉଁ କଂଗ୍ରେସ ନେତା ମାନଙ୍କୁ ନେଇ ବିଜେଡି ତାର କଳେବର ବୃଦ୍ଧି କଥା କହୁଛି ସେ ସଜାଗ ହେଇଯାଉ । ବିଜେଡିର ଭେଳା ବୁଡ଼ିବା ସମୟ ଆସିଗଲାଣି ତେଣୁ ନବୀନ ସଜାଗ ହୋଇଯାଆନ୍ତୁ ବୋଲି କରିଛନ୍ତି ସୁର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ