ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକସଭା ନିର୍ବାଚନ ଫଳାଫଳ ପରେ ଏନଡିଏର ପ୍ରଥମ ବୈଠକ ଶେଷ ହୋଇଛି। ଏହି ବୈଠକରେ ନିଜର ସମର୍ଥିତ ପତ୍ର ଦେଲେ ଏନଡିଏ ସମର୍ଥକ ଦଳ। ଆସନ୍ତାକାଲି ଆଉ ଏକ ବୈଠକ ପରେ ସମସ୍ତ ସହଯୋଗୀ ଦଳ ରାଷ୍ଟ୍ରପତିଙ୍କୁ ଭେଟିବ ଏନଡିଏ। ରାଜନାଥ ସିଂହ, ଅମିତ ଶାହା ଏବଂ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସହଯୋଗୀ ଦଳମାନଙ୍କ ସହ ସରକାର ଗଠନ ନେଇ ଆଲୋଚନା କରିବେ । ଆସନ୍ତାକାଲି ବିଜେପି ସଂସଦୀୟ ଦଳର ପ୍ରଥମ ବୈଠକ ଅନୁଷ୍ଠିତ ହେବ ଏବଂ ପରେ ଏନଡିଏ ସଂସଦୀୟ ଦଳର ବୈଠକ ବସିବ । ଏହାପରେ ଏନଡିଏ ରାଷ୍ଟ୍ରପତିଙ୍କୁ ସମର୍ଥନ ପତ୍ର ପ୍ରଦାନ କରି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏନ୍‌ଡିଏ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଉପସ୍ଥତି ରହିଥିଲେ। ବୈଠକରେ ମୋଦି ସରକାର ୩.୦ ପାଇଁ ଆଲୋଚନା ହୋଇଥିଲା। ଏନ୍‌ଡିଏ ସରକାର ଗଠନ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁ ଭାଜପାକୁ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଏନ୍‌ଡିଏର ସହଯୋଗୀ ଦଳ ମନୋନୀତ କରିଥିଲେ। ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଚିରାଗ ପାଶଓ୍ବାନଙ୍କ ସମେତ ଏନ୍‌ଡିଏର ସମସ୍ତ ସହଯୋଗୀ ଉପସ୍ଥିତ ରହିଥିଲେ।

ସେପଟେ ମୋଦିଙ୍କ ଶପଥ ସମାରୋହ ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସମାରୋହ ପାଇଁ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ମୋଦିଙ୍କ ନିମନ୍ତ୍ରଣ । ଭୁଟାନ ନରେଶ, ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ଦେଇଛନ୍ତି ମୋଦି । ସେପଟେ ବାଂଲାଦେଶ ଓ ମରିସସ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ମୋଦିଙ୍କ ନିମନ୍ତ୍ରଣ । ୮ ତାରିଖରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ମୋଦି ।

Leave a Reply

Your email address will not be published. Required fields are marked *