ତୁର୍କୀ ଭୂକମ୍ପ, ନିଖୋଜ ଭାରତୀୟ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତୁର୍କୀ ଭୂକମ୍ପ ସାରା ବିଶ୍ୱକୁ ଦୋହୋଲାଇ ଦେଇଛି । ଏବେ ସାମ୍ନାକୁ ଆଉ ଏକ ଦୁଃଖଦ ଖବର । ଭୂକମ୍ପରେ ନିଖୋଜ ଥିବା ଭାରତୀୟଙ୍କ ମୃତ ହୋଇଛି । । ସେ ଯେଉଁ ହୋଟେଲରେ ରହୁଥିଲେ ସେହିଠାରେ ହିଁ ଚାପି ହୋଇଯାଇ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ମୃତକ ହେଲେ ଉତ୍ତରାଖଣ୍ଡର ପୌଡି ଜିଲାର ବାସିନ୍ଦା ବିଜୟ କୁମାର ଗୌଡ । ବେଙ୍ଗାଲୁରୁର ଏକ କମ୍ପାନୀ ପାଇଁ କାମ କରୁଥିଲେ । ସେ ସେହି କମ୍ପାନୀ କାମରେ ହିଁ ତୁର୍କୀ ଯାଇଥିଲେ । ଭାରତୀୟ ଦୂତାବାସର ସୂଚନା ଅନୁଯାୟୀ ବିଜୟଙ୍କୁ ଚିହ୍ନିବା କଷ୍ଟକର ଥିଲା । କାରଣ ତାଙ୍କ ଶରୀର ସମ୍ପୂର୍ଣ୍ଣ ଭାବେ ଚାପି ହୋଇଯାଇଥିଲା ।

ହେଲେ ତାଙ୍କ ହାତରେ ଥିବା ‘ଓମ’ ଟାଟୁକୁ ଦେଖି ତାଙ୍କୁ ଚିହ୍ନଟ କରାଯାଇଥିଲା । ବିଜୟ କୁମାର ଗୌଡ ପୌଡି ଜିଲାର କୋଟଦ୍ୱାରର ପଦମପୁର ଅଞ୍ଚଳର ବାସିନ୍ଦା । ତୁର୍କୀରେ ଧୂଳିସାତ୍ ହୋଇଯାଇଥିବା ହୋଟେଲର ଭଗ୍ନାବଶେଷ ମଧ୍ୟରୁ ଶୁକ୍ରବାର ତାଙ୍କର କପଡା ମିଳିଥିଲା । ଏହାପରେ ଶନିବାର ତୁର୍କୀରେ ଥିବା ଭାରତୀୟ ଦୂତାବାସ ଟୁଇଟ କରିଥିଲା କି, ଆମେ ଦୁଃଖର ସହ କହୁଛୁ ଯେ, ୬ ଫେବୃୟାରୀର ଭୂକମ୍ପ ପରେ ତୁର୍କୀରେ ନିଖୋଜ ଥିବା ଭାରତୀୟ ନାଗରିକ ବିଜୟ କୁମାରଙ୍କ ଶରୀରର କିଛି ଅଂଶ ମିଳିଛି । ତୁର୍କୀର ମଲତ୍‌ୟାରେ ଏକ ହୋଟେଲର ଭଙ୍ଗା ଅଂଶର ମଝିରୁ ତାଙ୍କ ମୃତ ଦେହକୁ ବାହାର କରାଯାଇଛି । ସେଠାକୁ ସେ ଏକ ବିଜନେସ ଟ୍ରିପରେ ଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’