Masthead

ହେ ବୀର ! ତୁମେ ଅମର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ବି ମନେପଡେ ସେଦିନ । ଆଖି ଆଗକୁ ଆସିଗଲେ ସେ ଚିତ୍ର, ଦେହରେ ଖେଳିଯାଏ ଶିହରଣ । ଚାହୁଁ ଚାହୁଁ ସେ କଳାଦିନକୁ ପୂରିଗଲା ଦୁଇବର୍ଷ । ସତରେ କେତେ ବୀଭତ୍ସ ଆଉ ଅଭିଶପ୍ତ ଥିଲା ସେ ଦିନ । ନିମିଷକ ମାତ୍ରେ ଖଣ୍ଡବିଖଣ୍ଡିତ ହୋଇ ମାଟିରେ ମିଶିଯାଇଥିଲା ୪୪ ଜୀବନ । ଅକାଳେ ବୀରଗତି ପ୍ରାପ୍ତ ହୋଇଗଲେ ମାଟି ମାଆର ବୀର ଯବାନ । ଏଭିତରେ ପୁଲୱାମାରେ ଘଟିଥିବା ଛାତିଥରା ବିସ୍ଫୋରଣକୁ ଦୁଇ ବର୍ଷ ପୂରିଛି । ଭାରତର ବୀରପୁତ୍ରଙ୍କୁ ହରାଇ ଆଜିବି ଗୁମୁରି ଗୁମୁରି କାନ୍ଦୁଛି ଜନ୍ମମାଟି ।

ଫେବୃୟାରୀ ୧୪, ୨୦୧୯ । ଦିନ ଥିଲା ଗୁରୁବାର । ସମୟ ୩ ଟା ବାଜି ୩୦ ମିନିଟ୍। ସ୍ଥାନ ଜମ୍ମୁକାଶ୍ମୀରର ପୁଲୱାମା । ଆରମ୍ଭ ହୋଇଥିଲା ଯବାନଙ୍କ ଯାତ୍ରା । ସିଆରପିଏଫ ୧୮୦ ବାଟାଲିଅନର ୮୦୦ ଯବାନ ସ୍ଥାନାନ୍ତର ହେଉଥିଲେ ଶ୍ରୀନଗର କ୍ୟାମ୍ପକୁ । ୧୧ ଘଣ୍ଟାର ଯାତ୍ରା ପରେ ଅପରାହ୍ନ ୨ଟା ୩୦ ମିନିଟରେ ଯବାନଙ୍କ ଗାଡି ପହଞ୍ଚିଲା ଟ୍ରାଞ୍ଜିଟ କ୍ୟାମ୍ପରେ । ସମୟ ଅପରାହ୍ନ ୩ଟା ୩୦ ସ୍ଥାନ ଗୁରିପୁରା ଅଞ୍ଚଳର ‘ମାଇଲଷ୍ଟୋନ ୨୭୨’ ପୁଲୱାମା । ୫ଟି ବସ୍ ଆଗ ପଛ ହୋଇ ଆଗକୁ ବଢୁଥାଏ । ବସ୍ ଯେତେ ଆଗକୁ ବଢୁଥାଏ ଦୁର୍ଦ୍ଦିନର କଳା ବାଦଲ ସେତେ ପାଖେଇ ପାଖେଇ ଆସୁଥାଏ ।

ଠିକ୍ ଏହି ସମୟରେ ୪ଟି ବସ୍ ଅତିକ୍ରମ କରିଯାଇଥାଏ, ୫ମ ବସରେ ଯାଇ ଧକ୍କା ହୁଏ ପୂର୍ବରୁ ଥିବା ଏକ ଟାଟା ସୁମୋ ଗାଡି । ଆଉ ଆଖି ପିଛୁଳାକେ ନିଆଁ, ଧୂଆଁର ଚାଦର ଘୋଡେଇ ହୁଏ ସ୍ଥାନୀୟ ଅଞ୍ଚଳ । ମାଟି ମା’ ହରାଏ ୪୦ ବୀରପୁତ୍ର । ପରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜନ୍ତି ଆହତ ୨ ଯବାନ । ସାଙ୍ଗେ ସାଙ୍ଗେ ସାରା ବିଶ୍ୱକୁ ଖେଳିଗଲା ଖବର । ଦୋହଲିଗଲା ପିତୃମାତୃ ଦିବସ ଏବଂ ଭାଲେଣ୍ଟାଇନ ମନାଉଥିବା ହିନ୍ଦୁସ୍ତାନ ।କ୍ରୋଧ, ପ୍ରତିହିଂସା ଆଉ ପୁତ୍ର ବିୟୋଗରେ ଜର୍ଜରିତ ଭାରତ ପରେ ନେଇଥିଲା ପ୍ରତିଶୋଧ । ବ୍ୟର୍ଥ ଯାଇନଥିଲା ଯବାନଙ୍କ ବଳିଦାନ । ହେଲେ ମାଆ ଆଖିରୁ ଆଜି ବି ଶୁଖିନି ଲୁହ । ଗୁମୁରି ଗୁମୁରି କାନ୍ଦୁଛି ହୃଦୟ । ଆଜି ସେହି ବୀର ସନ୍ତାନଙ୍କ ବଳିଦାନକୁ ମନେ ପକାଉଛି ସାରା ଦେଶେ, ଜଣାଉଛି ଗଭୀର ଶ୍ରଦ୍ଧାଞ୍ଜଳି ଆଉ କହୁଛି ହେ ବୀର ! ତୁମେ ଅମର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ