Masthead

ଗଛ କଟାକୁ କେନ୍ଦ୍ର କରି ଆକ୍ରମଣ

ବିଞ୍ଝାରପୁର (ବଡ଼ ଖବର ବ୍ୟୁରୋ): ଗଛ କଟାକୁ କେନ୍ଦ୍ର କରି ପରିବାର ଲୋକଙ୍କୁ ସଙ୍ଗବଦ୍ଧଭାବେ ଆକ୍ରମଣ । ଏଭଳି ଘଟଣା ଘଟିଛି ଯାଜପୁର ବିଂଝାରପୁର ବ୍ଲକ ଅନ୍ତର୍ଗତ ଘଣ୍ଟିଆଳି ପଞ୍ଚାୟତର ଲେଙ୍କାସାହି ଗ୍ରାମରେ । ଅଭିଯୋଗ ଅନୁଯାୟୀ ସେହି ଗ୍ରାମର ଅଭିରାମ ବେହେରା, କେଦାର ବେହେରା ଓ ସରୋଜ ବେହେରା ଗତ ଚାରି ତାରିଖ ଅପରାହ୍ନରେ ଉପେନ୍ଦ୍ର ରାଉତ ଓ ତାଙ୍କ ପରିବାରର କେହି ପୁରୁଷ ସଦସ୍ୟ ଘରେ ନଥିବାବେଳେ ତାଙ୍କ ଘର ସମ୍ମୁଖରେ ମଦ୍ୟପାନ କରି ତାଙ୍କ ପରିବାରର ସ୍ତ୍ରୀ ଲୋକମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।

ଘରେ ଲାଗିଥିବା ଇଲେଟ୍ରି ମିଟର, ଗଛ, ଚଉଁରା ଓ ଅନ୍ୟାନ ଆସବାପତ୍ର କୁ ଭାଙ୍ଗିବା ସହ ଘରର ଫାଟକ ଭାଙ୍ଗି ଘର ଭିତରେ ପଶି ଉପସ୍ଥିତ ଥିବା ଘରର ମହିଳାମାନଙ୍କୁ ଅସଦାଚରଣ କରିଥିଲେ । ତାଙ୍କ ସୁନା ଗହଣା ଛଡ଼ାଇ ନେଇଯିବା ସହ ହତ୍ୟା ଧମକ ମଧ୍ୟ୍ୟ ଦେଇଛନ୍ତି । ଉପେନ୍ଦ୍ର ରାଉତଙ୍କ ପରିବାର ସଦସ୍ୟଙ୍କ ଦାବି ଦୋଷୀ ମାନଙ୍କୁ ତୁରନ୍ତ ଗିରଫ କରି ଆଇନ ଅନୁଯାୟୀ ଦଣ୍ଡ ଦିଆଯାଉ । ବିଂଝାରପୁର ପୋଲିସ ଘଟଣାସ୍ଥଳରେ ପହଁଚି ସ୍ଥିତି ପରଖିବା ସହ ତଦନ୍ତ ଆରମ୍ଭ କରିଛି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ