ନନ୍ଦିଘୋଷ ରଥର ଚାଲିଛି ଦକ୍ଷିଣ ମୋଡ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜ୍ଞାମାଳ ଆସିବା ପରେ ନନ୍ଦିଘୋଷ ରଥର ଚାଲିଛି ଦକ୍ଷିଣ ମୋଡ଼ । ନନ୍ଦିଘୋଷ ରଥକୁ ନାକଚଣା ଦ୍ୱାରରକୁ ନିଆଯାଉଛି । ଗତକାଲି ଦର୍ପଦଳନ ଓ ତାଳଧ୍ୱଜ ରଥର ହୋଇଛି ଦକ୍ଷିଣ ମୋଡ । ସେପଟେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲାଣି ବାହୁଡା ପ୍ରସ୍ତୁତି । ଜନ୍ମବେଦୀରୁ ପୁଣିଥରେ ରତ୍ନବେଦୀକୁ ଫେରିବେ ଚତୂର୍ଦ୍ଧାମୂର୍ତ୍ତି । ଅନ୍ୟପଟେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ଆଡ଼ପ ମଣ୍ଡପ ଦର୍ଶନ।

ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରି ଚାରି ମୂରତିଙ୍କ ଦଶର୍ନ କରିବା ସହ ନାକଚଣା ଦ୍ବାର ଦେଇ ପ୍ରସ୍ତାନ କରୁଛନ୍ତି । ୧୫ ତାରିଖରେ ବାହୁଡା ଥିବା ବେଳେ ଆସନ୍ତକାଲି ସଂଧ୍ୟା ପର୍ଯ୍ୟନ୍ତ ଆଡପ ମଣ୍ଡପରେ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ । ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ବେଶ ଭିଡ଼ ପରିଲିକ୍ଷିତ ହେଉଛି । ମାଉସୀ ମା ମନ୍ଦିରରେ ପୋଡ଼ପିଠାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ବାହୁଡାଯାତ୍ରା ସମୟରେ ମହାପ୍ରଭୁ ମାଉସୀଙ୍କ ହାତରୁ ପୋଡ଼ ପିଠା ଖାଇ ଶ୍ରୀମନ୍ଦିର ଫେରିବାର ପରମ୍ପରା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ