Masthead

ମହାମୁକାବିଲାରେ ନ୍ୟୁଜିଲାଣ୍ଡ ଚାମ୍ପିଅନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନ୍ୟୁଜିଲାଣ୍ଡ ଟେଷ୍ଟ୍ କ୍ରିକେଟର ପ୍ରଥମ ବିଶ୍ୱ ଚାମ୍ପିଅନ । ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲରେ ଭାରତକୁ ୮ ଓ୍ୱିକେଟରେ ପରାସ୍ତ କରି ଟାଇଟଲ୍ ଜିତିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଗତ ୨ ବର୍ଷ ହେଲା ଚାମ୍ପିଅନ ଭଳି ଖେଳୁଥିବା ଭାରତ ଟାଇଟଲ୍ ଜିତିବାରେ ଫ୍ଲପ୍ ହୋଇଛି । ମହାମୁକାବିଲାରେ ପ୍ରଥମ ପାଳିରେ ଭାରତୀୟ ଓପନର ଭଲ ଆରମ୍ଭ କରିଥିଲେ ।

ରୋହିତ ଶର୍ମା ଓ ଶୁଭମନ ଗିଲ୍ ପ୍ରଥମ ଓ୍ୱିକେଟରେ ଅର୍ଧଶତକୀୟ ପାଳି ଖେଳିଥିଲେ । ରୋହିତ ୩୪ ରନ୍ କରିଥିବା ବେଳେ ଗିଲ୍ ୨୮ ରନ୍ କରିଥିଲେ । କିନ୍ତୁ ଦ୍ୱିତୀୟ ଇନିଂସରେ ଦଳର ପ୍ରଥମ ଓ୍ୱିକେଟ ୨୪ ରନରେ ପଡିଥିଲା । ଗିଲ୍ ୮ ରନ୍ କରି ଆଉଟ ହୋଇଥିଲେ । ରୋହିତ ମଧ୍ୟ ୩୦ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଫାଇନାଲ ଭଳି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତର ବ୍ୟାଟ୍ସ୍ ମ୍ୟାନ୍ ଅଧିକ ରନ୍ ସଂଗ୍ରହ କରିବେ ବୋଲି ସମସ୍ତେ ଆଶା କରିଥିଲେ । ଶେଷରେ ଭାରତୀୟ ଦଳର ହୋଇଛି ପରାଜୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ