Masthead

ଖେଳ ଛାଡ଼ି ପାଠ ପଢ଼ିବାକୁ କହିବାରୁ ଆତ୍ମହତ୍ୟା

ତାମିଲନାଡୁ(ବଡ଼ ଖବର ବ୍ୟୁରୋ): ୯ ବର୍ଷୀୟ ‘ଇନ୍‌ଷ୍ଟା କ୍ୱିନ୍‌’ଙ୍କ ଆତ୍ମହତ୍ୟା । ସାମାନ୍ୟ କଥାକୁ ନେଇ ଜୀବନ ହାରିଲେ ନାବାଳିକା । ପାଠ ପଢବା ପାଇଁ କହିବାରୁ ଆତ୍ମହତ୍ୟା କରିଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି ତାମିଲନାଡୁର ପୋରିୟାକୁପ୍ପମରୁ । ମୃତ ନାବାଳିକାଙ୍କ ନାଁ ପ୍ରତୀକ୍ଷା। ପଡ଼ୋଶୀମାନେ ପ୍ରତୀକ୍ଷାଙ୍କୁ ‘ଇନ୍‌ଷ୍ଟା କ୍ୱିନ୍’ ବୋଲି ଡାକୁଥିଲେ । ପ୍ରତୀକ୍ଷାଙ୍କୁ ଘର ବାହାରେ ଖେଳୁଥିବା ବେଳେ ବାପା କ୍ରିଷ୍ଣାମୂର୍ତ୍ତି ପାଠ ପଢ଼ିବା ପାଇଁ କହିଥିଲେ। ଏହାପରେ ଘରର ଚାବି ଦେଇ ବାହାରକୁ ଚାଲିଯାଇଥିଲେ ।

ରାତି ପ୍ରାୟ ୮ଟା ସମୟରେ ଘରେ ପହଞ୍ଚିବା ପରେ ଘରର କବାଟ ବନ୍ଦଥିଲା । କ୍ରିଷ୍ଣାମୂର୍ତ୍ତି ଝରକା ଭାଙ୍ଗି ଘର ଭିତରକୁ ପଶିଥିଲେ। ପ୍ରତୀକ୍ଷା ଟାୱେଲରେ ଝୁଲି ପଡ଼ିଥିବା ବେଳେ ଯନ୍ତ୍ରଣାରେ ଛଟପଟ ହେଉଥିବା ବାପା ଦେଖିଥିଲେ । ପ୍ରତିକ୍ଷାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଦୁର୍ଭାଗ୍ୟବଶତଃ, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷେ ଘଟଣାକୁ ନେଇ ପୋଲିସ୍‌ ତଦନ୍ତ ଚଳାଇଛି। ପ୍ରକୃତରେ ତାଙ୍କ ମୃତ୍ୟୁ ପଛର କାରଣ କ’ଣ ସେନେଇ ପୋଲିସ୍‌ ତଦନ୍ତ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା