ଅପରେସନ ଗଜରାଜର ହୃଦୟବିଦାରକ ଅନ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମଣିଷ ମରିଗଲେ, ହାତୀ ବି ମରିଗଲା । ମହାନଦୀର ମହାଟ୍ରାଜେଡିରେ ଅପରେସନ ଗଜରାଜର ହୋଇଛି ଦୁଃଖଦ ଅନ୍ତ । ଉଦ୍ଧାର ପାଇଁ ଭୁଲ୍ ବ୍ୟବସ୍ଥା ତିନି ତିନି ଜୀବନକୁ ନେଇଗଲା । ଶେଷଯାଏଁ ସଠିକ୍ ରଣନୀତିର ନିଷ୍ପତ୍ତି ହୋଇପାରିଲା ନାହିଁ । ୨୪ ଘଣ୍ଟା ପାଣି ଭିତରେ ସଂଘର୍ଷ କରି, ଆଖି ସାମ୍ନାରେ ଭୟାନକ ଦୁର୍ଦ୍ଦଶା ଦେଖି ଶେଷରେ ନିଜ ବି ମହାନଦୀରେ ମହାସମାଧି ନେଇଛି ଗଜରାଜ । ସେ ଫସିଥିଲା । ବାହାରିବାକୁ ଚାହୁଁଥିଲା । ତାକୁ ବାହାର କରିବାକୁ ଯାଇ ଦୁଇ ଦୁଇଟି ଜୀବନ ଚାଲିଗଲା । ଶେଷରେ ସେ ବି ଚାଲିଗଲା । କଟକ ମୁଣ୍ଡୁଳି ମହାନଦୀରେ ଫସିଥିବା ହାତୀଟି ଆଖିବୁଜିଛି ।

ମହାନଦୀରେ ଜଳସମାଧି ନେଇଛି ଗଜରାଜ । ସାଙ୍ଘାତିକ ଫେଲ୍ ମାରିଛି ଅପରେସନ ଗଜରାଜ । ସାରାଦିନ ହାତୀ ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିଲା । କେତେବେଳେ କୂଳ ପାଖକୁ ଆସୁଥିଲା, କେତେବେଳେ ପୁଣି ନଦୀର ଭିତରେ ପଶିଯାଉଥିଲା । ତା ଆଖି ଆଗରେ ହୃଦୟବିଦରକ ବୋଟ୍ ଟ୍ରାଜେଡି ବି ସେ ଦେଖିଥିଲା । ବାରମ୍ବାର ଚେଷ୍ଟା କରୁଥିଲା ବଞ୍ଚିବାକୁ । ରାତିରେ ବନ ବିଭାଗ ନିଆଁ ହୁଳା ଦେଖାଇ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ଜୀବନ ବଞ୍ଚାଇବା ପାଇଁ ସଙ୍ଘର୍ଷ କରିବା ପରେ ବ୍ରିଜ ତଳକୁ ଖସିଯାଇଥିଲା ଗଜରାଜ । ପ୍ରଖର ସ୍ରୋତରେ ଭାସିଯାଇଥିଲା । ପାଣିର ଗର୍ଭରେ ଲୀନ ହୋଇଯାଉଥିଲା ।

ହାତୀର ଜଳସମାଧି ନେବା ସହ ଅନେକ ପ୍ରଶ୍ନ ବି ଛାଡି ଯାଇଥିଲା । ତାକୁ ବଞ୍ଚାଇବାକୁ ଆମେ ଖାଲି ଭିଡ ଜମାଇଥିଲେ ନା କିଛି ଉଛିତ୍ ପଦକ୍ଷେପ ନେଇଥିଲେ? ଓଡ୍ରାଫ ଟିମ୍ ରବର ଡଙ୍ଗାରେ ବସିଯିବା କଣ ହାତୀ ଉଦ୍ଧାର ଉଚିତ୍ କୌଶଳ ଥିଲା ନା ଆତ୍ମଘାତୀ ନିଷ୍ପତ୍ତି ଥିଲା? ବନବିଭାଗ ବି ନିଆଁହୁଳା ଦେଖାଇ ନିଜ କାମ ସାରିଦେଇଥିଲା । ଯେବେ କି ହାତୀ ଭଳି ଭାରି ଜୀବକୁ ଉଦ୍ଧାର କରିବାକୁ ଅଳ୍ପକେ ଆଧୁନିକ ବ୍ୟବସ୍ଥା ରହିଛି । ଯେମିତି କାଜିରଙ୍ଗାରେ ଗଣ୍ଡାମାନଙ୍କୁ ଉଦ୍ଧାର କରାଯାଇଥିଲା । ହାତୀ ଉଦ୍ଧାର ପାଇଁ କାହିଁକି ଆର୍ମିର ସହାୟତା ନିଆଗଲା ନାହିଁ? ଆକାଶ ମାର୍ଗରୁ ମଧ୍ୟ ଉଧ୍ଧାରର ବ୍ୟବସ୍ଥା ହୋଇପାରିଥାନ୍ତା ।

ଏସବୁ ନିଷ୍ପତ୍ତି ନ ନେଇ କାହିଁକି ସମୟ ଗଡାଗଲା । ହାତୀ ବାରମ୍ବାର ଶୁଣ୍ଢ ଟେକି କହୁଥିଲା, ସେମିତି କିଛି ଉଦ୍ଧାର ଅପେକ୍ଷାରେ ୨୪ ଘଣ୍ଟାରୁ ଅଧିକ ସମୟ ମହାନଦୀରେ ସଂଘର୍ଷ ବି କଲା, କିନ୍ତୁ ଆମେ କରିଲେ କଣ? ନା ତାକୁ ବଞ୍ଚାଇ ପାରିଲେ ନା ଉଦ୍ଧାର କରିବାକୁ ଯାଇଥିବା ଯବାନ ଓ ସାମ୍ବାଦିକଙ୍କ ଜୀବନ । ଏଭଳି ଭୁଲ୍ ଉଦ୍ଧାର ପ୍ରଣାଳୀ ପାଇଁ ୩ଟି ଜୀବନ ଚାଲିଗଲା । ଏହାର ଉତ୍ତରଦାୟିତ୍ୱ କିଏ ନେବ? ଏହାର ନ୍ୟାୟିକ ଯାଞ୍ଚ ହେବାର ଆବଶ୍ୟକତା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’