ଲଜ୍ଜା ପରେ ଲଜ୍ଜା, ଗଣଦୁଷ୍କର୍ମ ପରେ ହତ୍ୟା

ଇମ୍ଫାଲ (ବଡ଼ ଖବର ବ୍ୟୁରୋ):  ଦେଶରେ ଲଜ୍ଜା ପରେ ଲଜ୍ଜା । କିଛି ଦିନ ତଳେ ହୋଇଥିବା କୁକି ସମ୍ପ୍ରଦାୟର ଦୁଇ ମହିଳାଙ୍କ ସହ ବର୍ବରକାଣ୍ଡର ମନରୁ ଲିଭି ନଥିବାବେଳ ଏବେ ଆସିଛି ଆଉ ଏକ ଘଟଣା । ପୁଣି ଯୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ କରଯାଇଛି ହତ୍ୟା । କାଙ୍ଗପୋକପି ଜିଲ୍ଲାର ଦୁଇ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେବା ସହ ହତ୍ୟା କରାଯାଇଛି । ଆଉ ଏହି ଘଟଣା ସେହି ଦିନ ଘଟିଛି ଯେଉଁ ଦିନ ଦୁଇ ମହିଳାକୁ ନିବସ୍ତ୍ର କରି ରାସ୍ତାରେ ବୁଲାଯାଇଛି । କିନ୍ତୁ ବଡ଼ କଥା ହେଉଛି ପୋଲିସ ଏଯାଏଁ ଅଭିଯୁକ୍ତଙ୍କୁ ଧରି ନାହିଁ ।

ଦୁଇ ଯୁବତୀଙ୍କ ବସୟ ୨୧ ଏବଂ ୨୪ ବର୍ଷ ବୋଲି ସୂଚନା ମିଳିଛି । ସେମାନେ ଏକ କାର ୱାସ ସେଣ୍ଟରରେ କାର୍ଯ୍ୟ କରୁଥିଲେ । କିଛି ଦୁବୃର୍ତ୍ତ ସେମାନଙ୍କୁ ଆକ୍ରମଣ କରିବା ସହ ଏକ ଘରୁ ଉଠାଇ ନେଇଥିଲେ । ସେଠାରେ ପ୍ରାୟ ଦେଢ ଘଣ୍ଟା ପର୍ଯ୍ୟନ୍ତ ଦୁଇ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ । ଏହାପରେ ସେମାନେ ଦୁଇ ଯୁବତୀଙ୍କୁ ଘୋଷାଡି ଘୋଷାଡି ନେଇ ଏକ କାଠ ମିଲରେ ପକାଇ ଦେଇଥିଲେ । ମେ ୪ ତାରିଖ, ଯେଉଁଦିନ ଦୁଇ ମହିଳାଙ୍କୁ ଗଣଦୁଷ୍କର୍ମ କରି ଉଲଗ୍ନ କରି ରାସ୍ତାରେ ବୁଲାଯାଇଥିଲା ସେହଦିନ ଏହି ଘଟଣା ମଧ୍ୟ ଘଟିଥିଲା ।

 ଯେଉଁ ହିଂସାକାରୀମାନେ ଦୁଇ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ ତାଙ୍କ ସହ କିଛି ମହିଳା ହିଂସାକାରୀ ମଧ୍ୟ ଥିଲେ । ଯେଉଁମାନେ ପୁରୁଷ ହିଂସାକାରୀଙ୍କୁ ଏଭଳି କରିବାକୁ ପ୍ରର୍ବତାଇଥିଲେ । ଏନେଇ ମେ ୧୬ ତାରିଖ ଜଣେ ପୀଡ଼ିତାଙ୍କ ମା’ ସ୍ଥାନୀୟ ସଇକୁଲ ଥାନାରେ ଏଫଆଇର ରୁଜୁ କରିଥିଲେ । ଏପର୍ଯ୍ୟନ୍ତ ଅଭିଯୁକ୍ତ ଗିରଫ ହୋଇନଥିବାବେଳେ ପୋଲିସର କାର୍ଯ୍ୟକାରିତା ଊପରେ ପ୍ରଶ୍ନ ଉଠାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’