Masthead

ଦିବ୍ୟାଙ୍ଗଙ୍କୁ ମିଳୁନି ସରକାରୀ ସହାୟତା

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ବାଟ ହୁଡ଼ୁଛି ସରକାରୀ ଯୋଜନା । ଗରିବଙ୍କ ଲାଗି କରାଯାଇଥିବା ମାଳ ମାଳ ଯୋଜନାର ଫାଇଦା ଉଠାଇ ପାରୁନାହାନ୍ତି ଯୋଗ୍ୟ ହିତାଧିକାରୀ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମଭି-୮୦ ଗାଁରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ । ଏହି ଗାଁର ତାରା ରାଓଙ୍କ ଗୋଟିଏ ହାତ ୧୦ ବର୍ଷ ତଳେ କଟିଯାଇଛି । ଗୋଟିଏ ହାତରେ ପଥର ବାଡ଼େଇ ଯାହା ରୋଜଗାର କରନ୍ତି ସେତିକିରେ ପରିବାର ଚଳୁଛି । ସରକାରୀ ସହାୟତାଙ୍କ ତାଙ୍କ ଲାଗି ସାତସପନ ।

ତିନି ଛୁଆ ଓ ସ୍ତ୍ରୀଙ୍କୁ ନେଇ ତାରାଙ୍କ ପରିବାର । ଗୋଟିଏ ହାତରେ ପଥର ବାଡ଼େଇ ତାରା ଯାହା ରୋଜଗାର କରୁଛନ୍ତି ସେତିକିରେ ୫ପ୍ରାଣୀ କୁଟୁମ୍ବ ଚଳିବାକୁ ଅକ୍ଷମ । ଗରିବ, ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା ତାରାଙ୍କୁ ମିଳିନାହିଁ ଆବାସ ଯୋଜନା । ରାସନକାର୍ଡ଼ରୁ ମଧ୍ୟ ବଞ୍ଚିତ ହୋଇଛନ୍ତି ସେ । ସରପଞ୍ଚଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଗୁହାରି କରିଥିଲେ ସୁଦ୍ଧା କେହି ତାଙ୍କ କଥାକୁ ଗୁରୁତ୍ୱ ଦେଇନଥିବା କହିଛନ୍ତି ତାରା । ଗୋଟିଏ ହାତରେ ପଥର ବାଡ଼େଇ ପରିବାର ଚଳାଇବା କେତେ ଯେ କଷ୍ଟ ଏହା କହି ଭୋ ଭୋ ହୋଇ କାନ୍ଦି ପକାଇଥିଲେ ତାରା । ସରକାରୀ ସହାୟତା ମିଳିଲେ ପରିବାର ଭଲରେ ଚଳନ୍ତା ବୋଲି ‘ବଡ଼ ଖବର’କୁ କହିଛନ୍ତି ତାରା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା