ଡେଲିଭରି ବଏଙ୍କୁ ମରଣାନ୍ତକ ଆକ୍ରମଣ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ଅନଲାଇନରେ ମୋବାଇଲ ମଗାଇଲେ । ଡେଲିଭରି କରିବାକୁ ଆସିଥିବା ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟିନେବାକୁ ବସିଥିଲେ ଦୁବୃର୍ତ୍ତ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର କମର୍ଦ୍ଦା ଥାନା ବାହାର୍ଦା ଗାଁରେ ଘଟିଛି ଏଭଳି ଘଟଣା । ଇକକାର୍ଟରେ କାମ କରୁଥିବା ନିର୍ମାଲ୍ୟ ଦାସଙ୍କୁ ଦୁବୃର୍ତ୍ତମାନେ ମରଣାନ୍ତକ ଆକ୍ରମଣ ସାମଗ୍ରୀ ଲୁଟି ନେବାକୁ ବସିଥିଲେ । ବେଲ୍ଟରେ ନିର୍ମାଲ୍ୟଙ୍କ ବେକକୁ ଚାପି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ।

ସୌଭାଗ ବଶତଃ କିଛି ପଥଚାରୀ ସେହି ସମୟରେ ଚାଲିଆସିବାରୁ ଦୁବୃର୍ତ୍ତମାନେ ଫେରାର ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଛନ୍ତି । ଲୋକେ ଉତ୍ତମ ମଧ୍ୟମ ଦେବା ପରେ ପୋଲିସକୁ ଦେଇଥିଲେ । ଦୁବୃର୍ତ୍ତଙ୍କ ପରିଚୟ ମିଳିପାରି ନ ଥିବାବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଚାରିଦିନ ତଳେ ଭୋଗରାଇ ଅଞ୍ଚଳରେ ଥିବା ୟୁକୋ ବ୍ୟାଙ୍କରୁ ଅଢ଼େଇ କୋଟି ଟଙ୍କା ଲୁଟ୍ ହୋଇଥିଲା । ଏହି ଘଟଣାରେ ସମସ୍ତଙ୍କୁ ପୋଲିସ ଧରି ନ ଥିବାବେଳେ ଏବେ ପୁଣି ଏହି ଘଟଣା ସ୍ଥନୀୟ ଅଞ୍ଚଳରେ ଆତଙ୍କ ଖେଳାଇଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’