Before Header

ନୀଳଗିରିରେ ଏସବିଆଇ ଏଟିଏମରୁ ଲୁଟ

0 15

ନୀଳଗିରି (ବଡ଼ ଖବର ବ୍ୟୁରୋ); ନୀଳଗିରିରେ ପୁଣି ଲୁଟେରାଙ୍କ ବିତ୍ପାତ ଦେଖିବାକୁ ମିଳିଛି । ନୀଳଗିରି ଥାନା ଅଧୀନ ସଜନାଗଡ଼ ବଜାର ସ୍ଥିତ ଏସବିଆଇ ଏଟିଏମରୁ ବ୍ୟାଟେରୀ ଚୋରି ହୋଇଛି ।ଏଟିଏମର ଟଙ୍କା ବାକ୍ସ କିନ୍ତୁ ସୁରକ୍ଷିତ ଥିବା ଜଣାପଡିଛି । ନୀଳଗିରି ଥାନା ତରଫରୁ ନିୟମିତ ଭାବେ ସଜନାଗଡ଼ ବଜାରରେ ଗୃହରକ୍ଷୀ ମାନଙ୍କୁ ରାତିରେ ନିୟୋଜିତ କରାଯିବା ସହ ପେଟ୍ରୋଲିଙ୍ଗ ମଧ୍ୟ ହେଉଛି ବୋଲି ଥାନା ଆଇଆଇସି ଗୋପାଳ କର୍ଣ୍ଣ କହିଛନ୍ତି । ଯଦି ଏହା ସତ ତେବେ ରାସ୍ତା ପାର୍ଶ୍ୱରେ ଥିବା ଏଟିଏମରୁ ଚୋରି କେମିତି ହୋଇପାରୁଛି । ତାହା ପୋଲିସ କର୍ତ୍ତବ୍ୟନିଷ୍ଠା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଚି । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।

 

Leave A Reply

Your email address will not be published.