Masthead

ନେଟୱାର୍କ ନଥିବାରୁ ହନ୍ତସନ୍ତ ହେଉଛନ୍ତି ଛାତ୍ରଛାତ୍ରୀ

ବାଲିପାଟଣା (ବଡ଼ ଖବର ବ୍ୟୁରୋ): ଘରେ ଆସୁନି ମୋବାଇଲ ନେଟୱାର୍କ । କରୋନା ପାଇଁ ସ୍କୁଲ ଓ କଲେଜ ଖୋଲୁନଥିବାରୁ ରାଜ୍ୟ ସରକାର ଅନଲାଇନ ଶିକ୍ଷାଦାନ ବ୍ୟବସ୍ଥା କରିଛନ୍ତି । କିନ୍ତୁ ନେଟୱାର୍କର ଅସୁବିଧା ଥିବାରୁ ଗାଁର ପିଲା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ଘଟଣା ହେଉଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ କିଆଯୋଡି ଗାଁର । ପିଲାମାନେ ଗାଁରୁ ପାଞ୍ଚ ରୁ ଛଅ କିଲୋମିଟର ଦୂରରେ ଏକ ଗାଡ଼ିଆ କୂଳରେ ଖରାରେ ବସି ପାଠ ପଢୁଛନ୍ତି। ପାଖରେ ଜଙ୍ଗଲ ଥିବାରୁ ବନ୍ୟଜନ୍ତୁଙ୍କର ଭୟ ରହିଛି ।

ବ୍ଲକର ପ୍ରାୟ ସବୁ ଗାଁରେ ଏଭଳି ସ୍ଥିତି । ସମସ୍ୟା ଏଇଠି ସରିନି ସବୁ ପିଲାଙ୍କ ପାଖରେ ମୋବାଇଲ ନଥିବାରୁ କ୍ଳାସ ମଧ୍ୟ କରିପାରୁନାହାଁନ୍ତି । ସେଥିରେ ପୁଣି ବର୍ଷା ପବନ ହେଲେ ସଙ୍ଗେ ସଙ୍ଗେ ପାଠ ପଢା ବନ୍ଦ । ରାଜଧାନୀ ଉପକଣ୍ଠରେ ଏହି ସମସ୍ୟା ବହୁତ ଦିନର । ନେଟୱାର୍କ ସମସ୍ୟା ନେଇ ଉପଭୋକ୍ତା ମାନେ କମ୍ପାନୀଗୁଡିକୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବାଲିପାଟଣା ଅଞ୍ଚଳରେ ବିଭିନ୍ନ କମ୍ପାନୀର ମାଳମାଳ ଟାୱାର କିନ୍ତୁ ନେଟୱର୍କ ଘର ଶୂନ୍ୟ। ବିନା ନେଟୱର୍କରେ କମ୍ପାନୀଗୁଡିକ ଶୋଷଣ କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ