Masthead

ହାଇକୋର୍ଟଙ୍କ ୭୫ ବର୍ଷ ପୂର୍ତ୍ତି ଅବସରରେ ଅଭିଭାଷଣ ରଖିଲେ ମହାମହିମ

କଟକ(ବଡ଼ ଖବର ବ୍ୟୁରୋ): ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ଦିବସ ଅବସରରେ ଅଭିଭାଷଣ ରଖିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିଲେ ପ୍ରେସିଡେଣ୍ଟ ମ୍ୟାଡମ । କାରଗିଲ ଦିବସ କଥା କହି ସହିଦଙ୍କୁ ନମନ କରିଥିଲେ ।

ଏବଂ ଓଡିଶାର ସହିଦ ମେଜର ପଦ୍ମପାଣି ଆଚାର୍ଯ୍ୟଙ୍କ କଥା କହିଥିଲେ ମ୍ୟାଡମ ଦ୍ରୌପଦୀ । ଯୁଦ୍ଧରେ ଆତ୍ମ ବଳିଦାନ ଦେଇଥିବା ଅମର ଯୋଦ୍ଧା ମାନଙ୍କୁ ପ୍ରଣାମ ଜଣାଇଥିଲେ । ଭାରତମାତାଙ୍କ ସେବାରେ ଆତ୍ମବଳିଦାନ ଦେଇଥିବା ସମସ୍ତ ସୁପୁତ୍ର ମାନଙ୍କ ମଧ୍ୟରେ ଓଡ଼ିଶାର ଅନେକ ବୀର ଜନ୍ମମାଟିର ଗୌରବ ବୃଦ୍ଧି କରିଛନ୍ତି । ବୀରମାଟି କଟକକୁ ପ୍ରଣାମ କରିବା ସହ ଉକôଳ ଗୌରବ ମଧୁସୂଦନ, ନେତାଜୀ ସୁଭାଷଙ୍କ କଥା କହିଛନ୍ତି । ହାଇକୋର୍ଟର ଗୌରବର ଗାଥା କହିଛନ୍ତି ରାଷ୍ଟ୍ରପତି । ତ୍ୱରିତ ନ୍ୟାୟକୁ ଗୁରୁତ୍ୱ ଦେଇଛନ୍ତି ମହାମହିମ । ‘ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଲୋକେ ଅନେକ ହଇରାଣ ହେଉଛନ୍ତି ।

ଅନେକ ଜୀବନ ଜେଲରେ କଟୁଛି । ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତା ଓ ନିଦେ୍ର୍ଦାଷଙ୍କୁ ସହାୟ ହେବ ।’ ଏକଥା ଆଗରୁ ମଧ୍ୟ କହିଥିବା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମାଜରେ ଅନେକ ବର୍ଗ ମାମଲା ଲଢିବାକୁ ସମର୍ଥ ନୁହଁନ୍ତି । ବଞ୍ଚିିତ ବର୍ଗଙ୍କୁ କିଭଳି ନ୍ୟାୟ ମିଳିବ ସେଥିପ୍ରତି ଗୁରୁତ୍ୱ ଦେବା ଉଚିତ । ଏଥିପାଇଁ ଆଇନ ସହାୟତା ମିଳୁଥିବାରୁ ଧନ୍ୟବାଦ ଦେଉଛି । ଅନେକ ଆଇନଜୀବୀବି ମାଗଣା ଆଇନ ସହାୟତା ଦେଉଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ