Masthead

ହାଇକୋର୍ଟଙ୍କ ୭୫ ବର୍ଷ ପୂର୍ତ୍ତି ଅବସରରେ ଅଭିଭାଷଣ ରଖିଲେ ମହାମହିମ

କଟକ(ବଡ଼ ଖବର ବ୍ୟୁରୋ): ହାଇକୋର୍ଟର ୭୫ ତମ ପ୍ରତିଷ୍ଠା ଦିବସ ଅବସରରେ ଅଭିଭାଷଣ ରଖିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଥିଲେ ପ୍ରେସିଡେଣ୍ଟ ମ୍ୟାଡମ । କାରଗିଲ ଦିବସ କଥା କହି ସହିଦଙ୍କୁ ନମନ କରିଥିଲେ ।

ଏବଂ ଓଡିଶାର ସହିଦ ମେଜର ପଦ୍ମପାଣି ଆଚାର୍ଯ୍ୟଙ୍କ କଥା କହିଥିଲେ ମ୍ୟାଡମ ଦ୍ରୌପଦୀ । ଯୁଦ୍ଧରେ ଆତ୍ମ ବଳିଦାନ ଦେଇଥିବା ଅମର ଯୋଦ୍ଧା ମାନଙ୍କୁ ପ୍ରଣାମ ଜଣାଇଥିଲେ । ଭାରତମାତାଙ୍କ ସେବାରେ ଆତ୍ମବଳିଦାନ ଦେଇଥିବା ସମସ୍ତ ସୁପୁତ୍ର ମାନଙ୍କ ମଧ୍ୟରେ ଓଡ଼ିଶାର ଅନେକ ବୀର ଜନ୍ମମାଟିର ଗୌରବ ବୃଦ୍ଧି କରିଛନ୍ତି । ବୀରମାଟି କଟକକୁ ପ୍ରଣାମ କରିବା ସହ ଉକôଳ ଗୌରବ ମଧୁସୂଦନ, ନେତାଜୀ ସୁଭାଷଙ୍କ କଥା କହିଛନ୍ତି । ହାଇକୋର୍ଟର ଗୌରବର ଗାଥା କହିଛନ୍ତି ରାଷ୍ଟ୍ରପତି । ତ୍ୱରିତ ନ୍ୟାୟକୁ ଗୁରୁତ୍ୱ ଦେଇଛନ୍ତି ମହାମହିମ । ‘ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଲୋକେ ଅନେକ ହଇରାଣ ହେଉଛନ୍ତି ।

ଅନେକ ଜୀବନ ଜେଲରେ କଟୁଛି । ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତା ଓ ନିଦେ୍ର୍ଦାଷଙ୍କୁ ସହାୟ ହେବ ।’ ଏକଥା ଆଗରୁ ମଧ୍ୟ କହିଥିବା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସମାଜରେ ଅନେକ ବର୍ଗ ମାମଲା ଲଢିବାକୁ ସମର୍ଥ ନୁହଁନ୍ତି । ବଞ୍ଚିିତ ବର୍ଗଙ୍କୁ କିଭଳି ନ୍ୟାୟ ମିଳିବ ସେଥିପ୍ରତି ଗୁରୁତ୍ୱ ଦେବା ଉଚିତ । ଏଥିପାଇଁ ଆଇନ ସହାୟତା ମିଳୁଥିବାରୁ ଧନ୍ୟବାଦ ଦେଉଛି । ଅନେକ ଆଇନଜୀବୀବି ମାଗଣା ଆଇନ ସହାୟତା ଦେଉଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା