Masthead

ଏପର୍ଯ୍ୟନ୍ତ କରୋନାରେ ସଂକ୍ରମିତ ହୋଇନାହାନ୍ତି ଏହି ଗାଁର କୌଣସି ଲୋକ

ଗଞ୍ଜାମ(ବଡ଼ ଖବର ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଜାରି ରହିଛି । ଆଉ ଏଥିରେ ପ୍ରାଣ ହରାଉଛନ୍ତି ଅନେକ ଲୋକ । ତେବେ ଏବେ ବି ଏପରି କିଛି ଗାଁ ରହିଛି ଯେଉଁଠାରେ ଲୋକଙ୍କ ସଚେତନତା ପାଇଁ ଏପର୍ଯ୍ୟନ୍ତ ପହଞ୍ଚିପାରିନି କରୋନା । ଓଡ଼ିଶାର ଏମିତି କିଛି ଗ୍ରାମ ରହିଛି ଯେଉଁଠାରେ ଜଣେ ବି ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଗଞ୍ଜାମର ମୋଟ ୧୮ଟି ଆଦିବାସୀ ଗାଁରେ କୌଣସି ବି ଲୋକ ପଜିଟିଭ ଚିହ୍ନଟ ହୋଇନାହାନ୍ତି । ଲୋକଙ୍କ ଏକତା ଏବଂ ସଚେତନତା ‌ଯୋଗୁଁ ଏପରି ହୋଇପାରିଛି । ବୁଗୁଡ଼ା ବ୍ଲକ୍‌ କରଚୁଲି ପଞ୍ଚାୟତ ଅଧୀନ କିରିଆମ୍ବା, ବଡ଼ତଣ୍ଡା, ନୂଆପଲ୍ଲୀ ଓ ସିଙ୍ଗିପୁର; କରସିଂ ପଞ୍ଚାୟତ ଅଧୀନ ଖଦାଳପଲ୍ଲୀ, ମହୁଲପଲ୍ଲୀ, କରଞ୍ଜସାହି, ଡିମିରିସାହି, ମଶାଣିସାହି, ସମଲେଇ, ପୋକସୁଂଘା, ବରଡ଼ସାହି, ବେଢ଼ାଖାଲ, ନୂଆପଲ୍ଲୀ, ରାବଗଡ଼ ଓ ବଡ଼ପଡ଼ା; ମାଣିତରା ପଞ୍ଚାୟତ ଅଧୀନ କଣ୍ଡରେଇ ଓ ଗୋଲିଆ ପଞ୍ଚାୟତର ତାଳସର ଏବଂ ଡାହାଣୀପଲ୍ଲୀ।

ତେବେ ଦ୍ୱିତୀୟ ଲହରରରେ ଏହି ବୁଗୁଡ଼ା ବ୍ଲକରେ ହିଁ ୩୫ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଛି । କିନ୍ତୁ ମହାମାରୀର ଉଭୟ ଲହର ଏହି ଗ୍ରାମ ଗୁଡ଼ିକୁ ପ୍ରଭାବିତ କରିପାରିନି । ତେବେ କରୋନା ମହାମାରୀ କ’ଣ ଏହା ମଧ୍ୟ ଠିକ ଭାବେ ଜାଣିନାହାନ୍ତି ଏହି ଗ୍ରାମର ଲୋକେ । ଗାଁ ଗୁଡ଼ିକୁ ଯାତାୟତ କରିବାକୁ ମଧ୍ୟ ରାସ୍ତା ନାହିଁ । ପାହାଡ଼ ଝରଣା ଦେଇ ଏହି ଗାଁକୁ ଯିବାକୁ ପଡ଼େ । ଗାଁର କିଛି ଯୁବକ ଦାଦନ ଖଟିବାକୁ ବାହାରକୁ ଯାଇଥିଲେ ସୁଦ୍ଧା ଗତବର୍ଷ ଫେରି ଆସିଛନ୍ତି । ଖଲିପତ୍ର ଓ ଜଙ୍ଗଲଯାତ ଦ୍ରବ୍ୟ ଆଦି ସଂଗ୍ରହ କରି ସହରକୁ ବିକ୍ରି କରିବାକୁ ଆସନ୍ତି । କିନ୍ତୁ କରୋନା ଡରରେ ଏବେ କେହି ସହରକୁ ଆସୁନାହାନ୍ତି । ଲକଡାଉନ ଯୋଗୁଁ ସେମାନଙ୍କ ଜୀବନଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ଏବେ ଖାଲି ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଘରକୁ ଆସି ସଚେତନ କରାଉଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏମାନଙ୍କ ପାଖରେ ମାସ୍କ କିମ୍ବା ସାନିଟାଇଜର ମଧ୍ୟ ନାହିଁ । ମାଟିକୁ ହାତରେ ଘସି ଏମାନେ ସାନିଟାଇଜର ଭାବେ ବ୍ୟବହାର କରୁଛନ୍ତି । ମହିଳାମାନେ ଲୁଗା ପଣତ ଓ ପୁରୁଷମାନେ ଗାମୁଛାକୁ ମାସ୍କ ଭାବେ ବ୍ୟବହାର କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ