Masthead

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ନୀତି

ପୁରୀ(ବଡ଼ ଖବର ବ୍ୟୁରୋ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ନୀତି । ରଥ ସଂହିତା ମୁତାବକ ରଥଖଳାରେ ହେବ ନାହାକା, ଚକଅଖ ଡେରା ନୀତି । ଏଥିପାଇଁ ତିନି ରଥର ତିନୋଟି ନାହାକା ଅଖ ଓ ଛଅଟି ଚକକୁ ପ୍ରସ୍ତୁତ କରାଯାଇଛି । ସକାଳଧୂପ ସରିବା ପରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ବାହାରି ରଥଖଳାକୁ ବିଜେ କରିବା ପରେ ଭଉଁରୀ ନୀତି ଆରମ୍ଭ ହୋଇଛି। ସେପଟେ ବୁଧବାର ପହଁଚିଛି ରଥ ଦଉଡି । ୬ଟି ଘେର ଦଉଡି ଓ ୧୪ଟି ରଥ ଟଣା ଦଉଡି ମିଶାଇ ମୋଟ ୨୦ଟି ଦଉଡି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି । ରଥ ଦଉଡି ଗୁଡ଼ିକରେ ୧୨୦ କେଜି ରସି ଲାଗିଛି । ଦଉଡ଼ି ଲମ୍ବ ୬୭ମିଟର ବା ୨୨୦ ଫୁଟ ରହିଛି ।

ସେପଟେ ୩ ଟି ଇନରକଡନ ଦଉଡିକୁ ୩ ରଙ୍ଗର କରାଯାଇଛି । ଓଡ଼ିଶା କତା ନିଗମକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି କୋଡିଏଟି ଦଉଡି ପାଇଁ ବରାଦ ଦିଆଯାଇଥିଲା । ସେହିପରି ୪୨ଟି ଚକରୁ ୧୮ଟି ଚକ କାମ ସରିଛି । ଅନ୍ୟ ଚକଗୁଡ଼ିକ ପାଇଁ ନିର୍ମିତ ହୋଇଥିବା ତୁମ୍ବରେ ଅର ଓ ପେ୍ଧବ ସଂଯୋଗ କରାଯାଉଛି । ୩ରଥର କୋଣଗୁଜରେ ଖୋଦେଇ କାମ ମଧ୍ୟ ଜାରି ରହିଛି । ଶ୍ରୀକ୍ଷେତ୍ରରେ ଭଉଁରୀ ନୀତି ନରେନ୍ଦ୍ର ପୋଖରୀ ଚାରିପାଖର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ା କଡ଼ି କରାଯାଇଛି । ମୋଟ ୫ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ତେବେ ଚନ୍ଦନଯାତ୍ରା ପରଠାରୁ ନରେନ୍ଦ୍ର ପୋଖରୀ ଚତୁଃପାଶ୍ୱର୍ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ୧୪୪ ଧାରା ଜାରି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ