Masthead

ଦେଶ ଚଳାଇବାକୁ କୌଣସି ଯୋଗ୍ୟତା ବା ଡ଼ିଗ୍ରୀର ଆବଶ୍ୟକତା ନାହିଁ !

କାବୁଲ(ବଡ଼ ଖବର ବ୍ୟୁରୋ): ତାଲିବାନ ଆଫଗାନିସ୍ତାନରେ ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା କରିଛନ୍ତି । ମଲ୍ଲିକା ମହମ୍ମଦ ହାସନ ଆଫଗାନିସ୍ତାନ ଦେଶର ନୂତନ ପ୍ରଧାନମନ୍ତ୍ରୀ ହୋଇଥିବାବେଳେ ଶେଖ ମୌଲଭି ନୁରଲା ମୁନିରଙ୍କୁ ଶିକ୍ଷାମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି । ସରକାର ଗଠନ ହେବାର କିଛି ସମୟ ପରେ ହିଁ ତାଲିବାନ ତା’ର ନିଷ୍ପତ୍ତି ଘୋଷଣା କରିଥିବାର ଦେଖିବାକୁ ମିଳିଛି । ଶିକ୍ଷାମନ୍ତ୍ରାଳୟର ଦାୟିତ୍ୱରେ ଥିବା ନୁରଲା ମୁନିର ନିଜର ବିବାଦୀୟ ମନ୍ତବ୍ୟ ଦେଇ ସମସ୍ତଙ୍କର ଦୃଷ୍ଟିକୁ ଆକର୍ଷଣ କରିଛନ୍ତି ।

ତେବେ ଆଜିର ସମୟରେ ପିଏଚଡ଼ି କିମ୍ବା ଅନ୍ୟାନ୍ୟ ମାଷ୍ଟରଡ଼ିଗ୍ରୀ କରିବା ମୁର୍ଖାମୀ ବୋଲି କହିଛନ୍ତି । କାହିଁକି ନା ଆମର କୌଣସି ଡ଼ିଗ୍ରୀ ନାହିଁ ତଥାପି ଆମେ ସରକାର ଚଳାଉଛୁ । ତେଣୁ ଆଜିର ସମୟରେ କୌଣସି ପ୍ରକାରର ପିଏଚଡ଼ି କିମ୍ବା ମାଷ୍ଟର ଡ଼ିଗ୍ରୀର ଆବଶ୍ୟକତା ନାହିଁ । ଅପରପକ୍ଷରେ ତାଲିବାନ ସରକାର ଗଠନ କରିବା ପୂର୍ବରୁ ହିଁ ଅନେକ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ କରିଥିଲା । ଯେପରିକି କଲେଜ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରଦା ପକାଇବା । ବିଶ୍ୱବିଦ୍ୟାଳୟ ଗୁଡ଼ିକର ସୁବିଧା ଅନୁଯାୟୀ ବାଳିକା ଛାତ୍ରମାନଙ୍କ ପାଇଁ ମହିଳା ଶିକ୍ଷକ ନିଯୁକ୍ତ କରିବା ଆବଶ୍ୟକ । ଯଦି ଏହା ସମ୍ଭବ ନୁହେଁ ତାହାଲେ ସୋମାନେ ବୟସ୍କ ଅଧ୍ୟାପକଙ୍କୁ ନିୁଯୁକ୍ତ କରନ୍ତୁ । ଯେଉଁମାନଙ୍କର ଭଲ ଚରିତ୍ର ଅଛି ବୋଲି ତାଲିବାନ ସ୍ପଷ୍ଟ କରିଛି । ଏହା ସହ ମହିଳାଙ୍କୁ ପୁରୁଷ ଛାତ୍ରଙ୍କ ଠାରୁ ଅଲଗା ରହିବାକୁ କୁହାଯାଇଥିଲା ।

ଏପରିକି ସେମାନେ ପୁରୁଷ ଛାତ୍ରଙ୍କ ଠାରୁ ୫ ମିନିଟ ପୂର୍ବରୁ ନିଜର କାର୍ଯ୍ୟ ସମାପ୍ତ କରିବା ଉଚିତ । ଯାହା ଦ୍ୱାରା ସେମାନଙ୍କୁ ବାହାରେ ପୁରୁଷଙ୍କ ସାମ୍ନା କରିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି । ଅପରପକ୍ଷେ ଶିକ୍ଷାକ୍ଷେତ୍ରରେ ଅନେକ ପରିବର୍ତ୍ତନ କରିଥିଲା ତାଲିବାନ । ହେଲେ ବର୍ତ୍ତମାନ ପିଏଚଡ଼ି ଓ ମାଷ୍ଟରଡ଼ିଗ୍ରୀକୁ ଅଦରକାରୀ କହି ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ତାଲିବାନ । କେବଳ ଏତିକି ନୁହେଁ ବରଂ ୨୦୦୧ ମସିହାରେ ତାଲିବାନ ଶାସନ ଶେଷ ହେବା ପରଠାରୁ ଆଧୁନିକ ଶିକ୍ଷା ଉପରେ ଧ୍ୟାନ ଦେଇଥିବା ଘରୋଇ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଉପରେ ତାଲିବାନ କଟକଣା ଆରମ୍ଭ କରିଥିବାର ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ