Masthead

ବଡ଼ ଖବର ପ୍ରତିନିଧିଙ୍କୁ ହତ୍ୟା ଧମକ ଦେଲେ ରେଞ୍ଜର

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ରେଂଜରଙ୍କ ଦାଦାଗିରି। ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା ଧମକ ଦେଲେ ରେଞ୍ଜର। କେବଳ ଧମକ ନୁହେଁ, ଶୁଣାଇଛନ୍ତି ଚରମବାଣୀ। ମୋ ଉପରେ ଆକ୍ସନ ହେଲେ କାହାକୁ ଛାଡିବିନି। ସସପେଣ୍ଡ କି ଡିସମିସ୍ ହେଲେ ହେବି, କିନ୍ତୁ ତା’ପରେ … ମୁଁ କ’ଣ କରିବି ମୁଁ ଜାଣିଛି। ଆଦିବାସୀ ଛୁଆ, ଚ୍ୟାଲେଞ୍ଜ କରି କହୁଛି ଯିଏ ମୋ ଉପରେ କାର୍ୟ୍ୟାନୁଷ୍ଠାନ କଲା ତାକୁ ଗୋଡ଼ାଇ ଗୋଡ଼ାଇ ମାରିବି। ବଲାଙ୍ଗିର ଜିଲ୍ଲା ପାଟଣାଗଡ ବଡ଼ ଖବର ପ୍ରତିନିଧି ବିଜୟାନନ୍ଦ ଦାସଙ୍କ ସହ ଅନ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଗୋଡ଼ାଇ ଗୋଡ଼ାଇ ମାରିବାକୁ ଧମକ ଦେଇଛନ୍ତି ଖପ୍ରାଖୋଲ ରେଞ୍ଜର ଶ୍ରୀବତ୍ସ କୁମୁରା । ଯାହାର ଅଡିଓ ଭିଡ଼ିଓ ବଡ଼ ଖବର ସ୍କ୍ରିନରେ ଆପଣ ଦେଖୁଛନ୍ତି… ଭଲ କରି ଦେଖନ୍ତୁ ଜଂଗଲୀ ବାବୁ ଶ୍ରୀବତ୍ସ କୁମୁରାଙ୍କ ଆଚରଣ ଓ ଉଚ୍ଚାରଣକୁ।

ତାଙ୍କର କହିବା ଶୈଳୀ ଓ ଠାଣିରୁ ହିଁ ବାରି ହୋଇ ପଡ଼ୁଛି, ସେ ଜଙ୍ଗଲରେ କିଭଳି ରାଜ ଚଳାଇଥିବେ। ପ୍ରଶ୍ନ ପଚାରିବାରୁ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ କରୁଛନ୍ତି ରେଞ୍ଜର। ଏପରିକି ହତ୍ୟା କରିବାକୁ ଧମକ ଦେଉଛନ୍ତି । ଘଟଣାଟି ଥିଲା ଏହିପରି । ଗନ୍ଧମାର୍ଦନ ସଂରକ୍ଷିତ ଜଙ୍ଗଲରୁ ବେଆଇନ୍ ମାଟି ଉଠାଣ କରି ଜଙ୍ଗଲ ରାସ୍ତା ନିର୍ମାଣ କରାଯାଇଥିଲା । ମନରେଗା ଯୋଜନାରେ ହରିଶଙ୍କରରୁ ସାପମୁଣ୍ଡ ୧୫ କିମି ରାସ୍ତା ପାଇଁ ୧୩ ଲକ୍ଷ ୭୧ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ରେଞ୍ଜର ମନମାନି କରି ସଂରକ୍ଷିତ ଜଙ୍ଗଲରୁ ମାଟି ଉଠାଇ ରାସ୍ତା ନିର୍ମାଣ କରିଛନ୍ତି।

ଏଥିପାଇଁ ତହସିଲରୁ ଅନୁମତି ବି ନିଆଯାଇ ନି। ସେ କଥା ନିଜେ ବି ମାନିଛନ୍ତି ରେଞ୍ଜର । ଏ ଖବର ପ୍ରସାର ହେବା ପରେ ବଲାଙ୍ଗିର ଡିଏଫଓ ନୀତିଶ କୁମାର ଘଟଣାକୁ ଗୁରୁତର ସହ ନେଇଛନ୍ତି । ଘଟଣା ସମ୍ପର୍କରେ ଡିଏଫଓ ରେଞ୍ଜରଙ୍କୁ ପଚରା ଉଚରା ମଧ୍ୟ କରିଛନ୍ତି। ବଡ଼ ଖବରରେ ଏ ସମ୍ପର୍କିତ ଖବର ମଧ୍ୟ ପ୍ରସାରଣ ହୋଇ ସାରିଛି । ତେବେ ଘଟଣାର ଫଲୋଅଫ୍ କରିବାକୁ ଯାଇଥିବା ବେଳେ ରେଞ୍ଜର ବଡ଼ ଖବର ପ୍ରତିନିଧିଙ୍କ ଉପରେ ରାଗି ଯାଇଥିଲେ।

ରିଆକସନ୍ ଦେବେ କ’ଣ ଟେନସନରେ ବାବୁ ରାଗି ପାଚି ଲାଲ ହୋଇ ଯାଇଥିଲେ। ଉତ୍ତର ନ ଦେଇ ମିଥ୍ୟା ଖବର କହି ଗଣମାଧ୍ୟମର କଣ୍ଠରୋଧ ଉଦ୍ୟମ କରିବା ସହ ସାମ୍ବାଦିକଙ୍କୁ ହତ୍ୟା ଧମକ ଦେଇଥିଲେ। ଅଧିକାରୀଙ୍କୁ ପ୍ରଶ୍ନ ପଚାରିଲେ ମିଳୁଛି ହତ୍ୟା ଧମକ । ଚୋର ମୁହଁ ଟାଣ ପରି ବାବୁ ନିଜ ଭୁଲକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ 🔴 ମାଇକ୍ରୋସଫ୍ଟ ଏବଂ ଗୁଗୁଲକୁ ଭାରତରେ ବନ୍ଦ କରିବାକୁ ଡ଼ୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ 🔴 ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ 🔴 ପୁଣି ଏକ ବିମାନ କ୍ରାସ 🔴 ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ଚୁକ୍ତି 🔴 ‘ଅନାସ୍ଥା ଆଣିଲେ ସରକାର ଆହତ ହେବେନି ନିଜେ କ୍ଷତାକ୍ତ ହେବେ’ 🔴 ସରପଞ୍ଚଙ୍କ ଆତ୍ମହୁତି ଧମକ 🔴 ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ପ୍ରଧାନମନ୍ତ୍ରୀଙ୍କ ୪ ଦିନିଆ ମାଲଦ୍ୱୀପ ଏବଂ ୟୁକେ ଗସ୍ତ 🔴 ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ଉପ ମୁଖ୍ୟମନ୍ତ୍ରୀ