Masthead

ଗୋଟିଏ ଦିନରେ ଏଲନ ମସ୍କୋ କମାଇଲେ ୨୦ ଖରବ

ବଡ଼ ଖବର ବ୍ୟୁରୋ: ଟେଲସା କମ୍ପାନୀର ମାଲିକ ଏଲନ ମସ୍କୋ ଆଉ ଗୋଟିଏ କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ବିଟକଏନ ମାଧ୍ୟମରେ ଏଲନ ମସ୍କୋ ମାତ୍ର କିଛି ଦିନରରେ ହିଁ ସାରା ବିଶ୍ୱରେ ସେୟାର ମାର୍କେଟର ବେତାଜ ବାଦସା ପାଲଟିଯାଇଛନ୍ତି । ଏହା ମଧ୍ୟରେ ମସ୍କୋଙ୍କ ଟେଲସା କମ୍ପାନୀ ପ୍ରଥମଥର ପାଇଁ ୧୦ ଖରବ ଡଲାର ଅର୍ଥାତ ପ୍ରାୟ ୭୫୦ ଖରବ ଟଙ୍କାକୁ ଅତିକ୍ରମ କରିଯାଇଛି । ତେବେ ଭଡ଼ାରେ ଦେଉଥିବା କାର କମ୍ପାନୀ ହେତ୍ସ ଏଲନ ମସ୍କୋଙ୍କ ଠାରୁ ଏକ ଲକ୍ଷ ଟଙ୍କାର ଇଲେକଟ୍ରନିକ୍ସ କାର କିଣିବାର କଥା ସାମ୍ନାକୁ ଆସିଛି । ଏହି ଡିଲ ପାଖାପାଖି ୪ ଅରବ ଡଲାରର ହୋଇଥିବାର ସୂଚନା ମିଳିଛି । ଯାହାକି ଇଲେକଟ୍ରନିକ୍ସ କାରମାନଙ୍କର ଏପର୍ୟ୍ୟନ୍ତ ସବୁଠାରୁ ବଡ ଡିଲ । ସେପଟେ ମସ୍କୋ ବର୍ତ୍ତମାନ ବିଶ୍ୱର ଧନୀ ବ୍ୟକ୍ତିଙ୍କ ଲିଷ୍ଟରେ ଖବୁ କମ ସମୟରେ ସାମିଲ ହୋଇଛନ୍ତି ।

ଏପରିକି ତାଙ୍କର ମୂଳ ସମ୍ପତ୍ତି ଦୁନିଆର ଷଷ୍ଟ ସ୍ଥାନରେ ଥିବା ଧନୀ ବ୍ୟକ୍ତି ଗୁଗୁଲର ଲ୍ରେରି ପେଜ ଏବଂ ସପ୍ତମ ସ୍ଥାନରେ ଥିବା ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ କୁଲ ସମ୍ପତ୍ତି ଠାରୁ ମଧ୍ୟ ଅଧିକ ରହିଛି । ଅନ୍ୟପଟେ ଭଡ଼ାରେ ଦେଉଥିବା କାର କମ୍ପାନୀ ମଧ୍ୟରେ ହେତ୍ସ ହେଉଛି ବିଶ୍ଵର ସବୁଠାରୁ ବଡ଼ କମ୍ପାନୀ । ଏହି କମ୍ପାନୀ ଇଲେକଟ୍ରନିକ୍ସ କାର ଉପରେ ଦେଖାଇଥିବା ବିଶ୍ଵାସ ଦର୍ଶାଉଛି ଯେ ଆଗାମୀ ଦିନରେ ସାରା ବିଶ୍ଵରେ ଇଲେକଟ୍ରନିକ୍ସ କାରର ଚାହିଦା କେତେ ମାତ୍ରାରେ ବଢିପାରେ । ନଭେମ୍ବର ମାସରୁ ଟେସଲା କାର ଭଡ଼ାରେ ମିଳିବ ବୋଲି ହେତ୍ସ କମ୍ପାନୀର କାର୍ୟ୍ୟବାହୀ ପ୍ରମୁଖ ମାର୍କ ଫିଲ୍ଡର୍ସ ସ୍ପଷ୍ଟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼