Masthead

ପୁରୁଷଶୂନ୍ୟ ପରିବାର ଲାଗି ସରକାରୀ ସହାୟତା ସାତସପନ

ଭଦ୍ରକ (ବଡ଼ ଖବର): ଘରେ ଜଣେ ହେଲେ ବି ନାହାଁନ୍ତି ପୁରୁଷ । ପରିବାର କହିଲେ ୫ଜଣ ବଢ଼ିଲା ଝିଅ ସାଙ୍ଗକୁ ୭୫ ବର୍ଷୀୟା ଅନ୍ଧୁଣୀ ଜେଜେମା । ୬ ପ୍ରାଣୀ କୁଟୁମ୍ବଙ୍କ ପେଟକୁ ଠିକସେ ମିଳୁନାହିଁ ଦୁଇମୁଠା ଦାନା । ଘର କଥା ନକହିବା ଭଲ । ଅସରାଏ ବର୍ଷା ହେଲେ ଘର ଭିତରେ ଭରିଯାଉଛି ପାଣି । ବହୁ ଦୁଃଖ କଷ୍ଟରେ ଚଳୁଛନ୍ତି ଏହି ପରିବାର । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଳକ ନାଆମି ପଞ୍ଚାୟତ ଅନ୍ତର୍ଗତ ସାତତୋଳା ଗାଁରୁ ଆସିଛି ଏଭଳି ଦୁଃଖଦ ଖବର । ସୁଦର୍ଶନ ନାୟକଙ୍କ ମୃତ୍ୟୁ ପରେ ଏବେ ଦୁର୍ଦ୍ଦିନରେ ଗତି କରୁଛି ତାଙ୍କ ପରିବାର । କେବଳ ରାସନକାର୍ଡ ଖଣ୍ଡକ ଛାଡି ଦେଲେ ଏମାନଙ୍କୁ କୌଣସି ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହେଉଛି । ଗରିବ ଲୋକଙ୍କ ସୁବିଧା ଲାଗି ସରକାର ବିଭିନ୍ନ ଯୋଜନା କରିଥିଲେ ସୁଦ୍ଧା ଏମାନଙ୍କ ଲାଗି ତାହା ସାତସପନ ।

ସୁଦର୍ଶନଙ୍କ ପରିବାର କହିଲେ ଝିଅ ରାଧିକା, ଅହଲ୍ୟା, ମେନକା, ସେବିକା, କବିତାଙ୍କ ସହ ସ୍ତ୍ରୀ ଏବଂ ବୁଢ଼ୀ ମା । ୧୦ ବର୍ଷ ପୂର୍ବେ ସୁଦର୍ଶନଙ୍କ ଦୁର୍ଘଟଣାରେ ମୃତ୍ୟୁୁ ହୋଇଥିଲା । ପରେ ପରେ ତାଙ୍କ ସ୍ତ୍ରୀ ସରୋଜିନୀ ପରଘରେ ମୂଲ ଲାଗି ପରିବାର ପୋଷୁଥିଲେ । ଏଇ ମାସେ ତଳେ ତାଙ୍କର ମୃତ୍ୟୁ ହେବାପରେ ପରିବାର ମୁଣ୍ଡରେ ପଡିଛି ଚଡକ । ପୂର୍ବରୁ ୩ଝିଅଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଥିବା ବେଳେ ଏବେ ଦୁଇଝିଅ ଗାଁ ସ୍କୁଲରେ ପଢ଼ୁଛନ୍ତି । ବଡ଼ଝିଅ ରାଧିକା ଜଣେ ମେଧାବୀ ଛାତ୍ରୀ ହୋଇଥିଲେ ସୁଦ୍ଧା ଅର୍ଥ ଅଭାବରୁ ପାଠପଢ଼ା ଅଧାରେ ବନ୍ଦ ହୋଇଯାଇଛି । ସରକାରୀ ସହାୟତା ମିଳିଲେ ରାଧିକା ପୁଣିଥରେ ପାଠ ପଢ଼ିବେ ବୋଲି ଆଶା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା