Before Header

୨୪ ଘଣ୍ଟାରେ ୫ ହଜାର ୩୫୭ ନୂଆ ସଂକ୍ରମିତ

0 24

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଉପରମୁହାଁ କରୋନା ଗ୍ରାଫ । ୨୪ ଘଣ୍ଟାରେ ଦେଶରେ ୫ ହଜାର ୩୫୭ ନୂଆ ସଂକ୍ରମିତ ଚିହ୍ନଟ । ଅଧିକାଂଶ ରାଜ୍ୟରେ କେସ୍ ବଢ଼ୁଥିବା ବେଳେ କିଛି ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସତର୍କ ରହିବା ସହ କୋଭିଡ୍ ପ୍ରୋଟୋକଲ ପାଳନ କରିବା ପାଇଁ ଜନସାଧାରଣଙ୍କୁ ଅପିଲ କରାଯାଇଥିବା ବେଳେ ସରକାରୀ ଓ ବେସରକାରୀ ହସ୍ପିଟାଲରେ ମକଡ୍ରିଲ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି ।

ସୋମବାର ଓ ମଙ୍ଗଳବାର ସାରା ଦେଶରେ ମକଡ୍ରିଲ କରାଯିବ । ଓମିକ୍ରମ ସବଭାରିଆଣ୍ଟ ଏକ୍ସବିବି୧ କୁ ନେଇ ସତର୍କ ରହିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଥିବା ବେଳେ ଏହି ଭୂତାଣୁ ଅଧିକ କ୍ଷତିକାରକ ନୁହେଁ ବୋଲି ବିଶେଷଜ୍ଞ କହିଛନ୍ତି ।

Leave A Reply

Your email address will not be published.