Masthead

ବର୍ତ୍ତମାନ ରାଜସ୍ଥାନର ପାଳି !

ବଡ଼ ଖବର ବ୍ୟୁରୋ: ସାରା ଦେଶରେ ବର୍ତ୍ତମାନ ମୁଖ୍ୟମୁନ୍ତ୍ରୀ ପରିବତ୍ତନର ଟ୍ରେଣ୍ଡ ଚାଲିଛି । କେତେବେଳେ ଗୁଜରାଟରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେଉଛନ୍ତି ତ ଆଉ କେତେବେଳେ ପଞ୍ଜାବରେ । ତେବେ ଆଗକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ଗୁଡ଼ିକ ଏପରି କରୁଥିବାର ଅନୁମାନ କରାଯାଉଛି । ଏହା ଛଡ଼ା ସବୁଠାରୁ ରୋଚକ କଥାଟି ହେଉଛି ବିଜେପି ଓ କଂଗ୍ରେସ ଦଳିତଙ୍କୁ ନେଇ ଦେଶରେ ରାଜନୀତି ଆରମ୍ଭ କରିଦେଇଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ଆମେ ପଞ୍ଜାବ ଓ ଗୁଜରାଟକୁ ଦେଖିଲେ ଜାଣିପାରିବା । ପଞ୍ଜାବରେ ଦଳୀୟ ବିବାଦ ଥମିଯାଇଥିବା ବେଳେ ରାଜସ୍ଥାନରେ ଉପୁଜିଥିବା ଦଳୀୟ ବିବାଦ ଥମିବା ବଦଳରେ ମୁଣ୍ଡ ଟେକିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜସ୍ଥାନରେ ଉଭୟ ନେତାଙ୍କ ମଧ୍ୟରେ ବହୁ ଆଗରୁ ବିବାଦ ଆରମ୍ଭ ହୋଇଯାଇଛି । ଏପରିକି ଏହି ବିବାଦକୁ ବରିଷ୍ଠ ନେତା ବନାବ ଯୁବ ନେତାଙ୍କ ବିବାଦ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହୋଇ ଆସୁଛି ।

ତେବେ ପଞ୍ଜାବରେ କଂଗ୍ରେସ ଦଳୀୟ ବିବାଦକୁ ସମାପ୍ତ କରିବା ପରେ ବର୍ତ୍ତମାନ କଂଗ୍ରେସ ଶାସିତ ସମସ୍ତ ରାଜ୍ୟ ଗୁଡ଼ିକରୁ ଦଳୀୟ ବିବାଦକୁ ସମାପ୍ତ କରିବା ଲକ୍ଷ୍ୟରେ ଦଳ ରହିଛି । ଏହା ମଧ୍ୟରେ କଂଗ୍ରେସ ଦଳର ପୂର୍ବତନ ଅଧ୍ୟକ୍ଷ ଓ ସଚିନ ପାଇଲଟଙ୍କ ବୈଠକ କଥା ସାମ୍ନାକୁ ଆସିଛି । ଏହି ବୈଠକ କଥା ସାମ୍ନାକୁ ଆସିବା ପରେ ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବ କି? ରାଜସ୍ଥାନରେ ମଧ୍ୟ ପଞ୍ଜାବ ଋଣନୀତି ଅନୁସରଣ କରାଯିବ କି? ବୋଲି ଦେଶବାସୀଙ୍କ ମନରେ ପ୍ରଶ୍ନ ଉଠିଛି । କାହିଁକିନା କ୍ୟାପଟେନ ଅମରିନ୍ଦର ସିଂହଙ୍କ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଏହି ବୈଠକ ହୋଇଥିଲା । ଯାହାଫଳରେ ରାଜସ୍ଥାନରେ ମଧ୍ୟ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହେବାର ଚର୍ଚ୍ଚା ସାରା ଦେଶରେ ଜୋର ଧରିଥିଲା । ହେଲେ ଏହି ବୈଠକରେ ଉଭୟ ନେତା ରାଜସ୍ଥାନରେ ବର୍ତ୍ତମାନର ସ୍ଥିତି ଆଉ ୨୦୨୪ ନିର୍ବାଚନ ବିଷୟରେ ଆଲୋଚନା କରିଥିବାର ସୂଚନା ମିଳିଛି । ଅନ୍ୟପଟେ ଏହି ବୈଠକକୁ ନେଇ ସଚିନ ପାଇଲଟ କୌଣସି ବୟାନ ଦେଇନଥିବାର ଦେଖିବାକୁ ମିଳିଛି ।

କଂଗ୍ରେସ ଦଳ ଭଲଭାବରେ ବୁଝିଯାଇଛି ଯେ ଦଳୀୟ କନ୍ଦଳକୁ ସମାପ୍ତ ନକଲେ ନିର୍ବାଚନ ସହଜରେ ଜିତି ହେବ ନାହିଁ । ତେଣୁ ନିର୍ବାଚନକୁ ଦୃଷ୍ଟିରେ ରଖି ଆଗ ଦଳୀୟ କନ୍ଦଳକୁ ସମାପ୍ତ କରିବା ପାଇଁ ଯୋଜନା କରିଛି ଜାତୀୟ କଂଗ୍ରେସ । ଯଦି ରାଜସ୍ଥାନରେ ସଚିନ ପାଇଲଟଙ୍କ ପୁନଃଆଗମନ ହୁଏ, ତାହାଲେ ଦଳ ପୁଣିଥରେ ଶକ୍ତିଶାଳୀ ହେବ ବୋଲି ଅନୁମାନ କରାଯାଉଛି । ଯଦି ଅନ୍ୟ ରାଜ୍ୟ ଗୁଡ଼ିକ ଦେଖିବା ତାହାଲେ ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼, ଗୁଜରାଟ, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ କଂଗ୍ରେସ ଶାସକ ଦଳକୁ କଡା ଟକ୍କର ଦେଇଆସୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା