Before Header

୧୦ କଂଗ୍ରେସ କର୍ମୀ ଅଟକ

0 52

ସଇଁନ୍ତଲା (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୧୦ କଂଗ୍ରେସ କର୍ମୀ ଅଟକ । ଦିନିକିଆ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଭିନ୍ନ ପ୍ରକଳ୍ପକୁ ଶିଳାନ୍ୟାସ କରିବା ପାଇଁ ଯୋଜନା ହୋଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସାମ୍ନାରେ ରଖି ସଇଁନ୍ତଲା ପୋଲିସ ଆଜି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁରେନ୍ଦ୍ର ସିଂ ଭୋଇଙ୍କ ସମେତ କିଛି କଂଗ୍ରେସ କର୍ମୀକୁ ଥାନାରେ ଅଟକ ରଖିଛି ।

ସେପଟେ ସଇଁତଲା ବ୍ଲକ ବେଲଗା ତେଲ ନଦୀ ନିକଟରେ ଓଭର ଟ୍ୟାଙ୍କ ବନି ଥିବାରୁ ଜଣକର ୩୨ ଏକର ଚାଷ ଜମି ଚାଲି ଯାଇଥିବା ବେଳେ କ୍ଷତି ପୂରଣ ଦାବିରେ ମେଗା ଜଳ ପ୍ରକଳ୍ପ ସମ୍ମୁଖରେ ପରିବାର ଧାରଣାରେ ବସିଥିଲେ । ସଇଁତଲା ପୋଲିସ ଖବର ପାଇ ପରିବାରକୁ ଥାନାରେ ଅଟକ ରଖିଛି।

Leave A Reply

Your email address will not be published.