Before Header

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ଟିକା ସମୀକ୍ଷା

0 30

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଟିକାଦାନ ଲାଗି ପ୍ରଶାସନିକ ପ୍ରସ୍ତୁତିକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଚଳିତମାସ ୧୫ ତାରିଖ ସୁଦ୍ଧା ବ୍ଲକ ସ୍ତରୀୟ ଟାସ୍କ ଫୋର୍ସ (ବିଟିଏଫ୍‍) ଗଠନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏହି ମର୍ମରେ ସମସ୍ତ ଜିଲ୍ଲାପାଳଙ୍କୁ କହିଛନ୍ତି । କୋଭିଡ ଟିକାଦାନ ପ୍ରକ୍ରିୟା ପ୍ରସ୍ତୁତିକୁ ରାଜ୍ୟ ସରକାର ସୁନିଶ୍ଚିତ କରୁଥିବାବେଳେ ବିଟିଏଫ୍‍ ହେଉଛି କ୍ଷେତ୍ର ସ୍ତରୀୟ ଯୋଜନା । ଆସନ୍ତା ବର୍ଷ ପ୍ରାରମ୍ଭରେ କୋଭିଡ ଟୀକା ଉପଲବ୍ଧ ହେବାକୁ ଯାଉଛି । ଓଡିଶା ସରକାର ଏଥିପାଇଁ ନେସନାଲ ଏକ୍ସପର୍ଟ ଗ୍ରୁପ୍‍ ଅନ୍‍ ଭ୍ୟାକ୍ସିନ ଆଡମିନଷ୍ଟ୍ରେସନ (ଏନ୍ଇତଜିଭିଏସି) ମାର୍ଗଦର୍ଶନରେ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଏନ୍ଇଟଜିଭିଏସିର ଅଧ୍ୟକ୍ଷ ଅଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଏହାର ଉପାଧ୍ୟକ୍ଷ ଅଛନ୍ତି ।

ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ରାଜ୍ୟ ସ୍ତରୀୟ ଷ୍ଟିଅରିଂ କମିଟିର ଅଧ୍ୟକ୍ଷ ଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତରିକ୍ତ ମୁଖ୍ୟ ଶାସନ ସଚିବ ରାଜ୍ୟ ସ୍ତରୀୟ ଟାସ୍କଫୋର୍ସ (ଏସ୍ଟିୟଏଫ୍‍)ର ଅଧ୍ୟକ୍ଷ ଭାବେ ସମସ୍ତ ପ୍ରକାର ପ୍ରସ୍ତୁତି ଓ ରଣକୌଶଳ ସ୍ଥିର କରୁଛନ୍ତି । ଜିଲ୍ଲାପାଳମାନେ ଜିଲ୍ଲା ଟାସ୍କଫୋର୍ସ (ଡିଟିଏଫ୍‍)ର ଅଧ୍ୟକ୍ଷ ଅଛନ୍ତି । ମ୍ୟୁନିସିପାଲ କମିଶନରମାନେ ସିଟି ଟାସ୍କ ଫୋର୍ସ (ସିଟିଏଫ୍‍)ର ମୁଖ୍ୟ ଭାବେ କ୍ଷେତ୍ର ସ୍ତରରେ ଟିକାଦାନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ବର୍ତ୍ତମାନ ବିଟିଏଫ୍‍ ଗଠନ ସହିତ ୧୫ ତାରିଖ ସୁଦ୍ଧା ବୈଠକ ଆହୂତ ପାଇଁ କୁହାଯାଇଛି, ଯାହା ଫଳରେ ଟିକାକରଣ ପ୍ରକ୍ରିୟା ଲାଗି କ୍ଷେତ୍ର ସ୍ତରରେ ପ୍ରସ୍ତୁତି ହୋଇପାରିବ ।

ଟିକାଦାନ ପାଇଁ ୩୮୯୮ ସ୍ୱାସ୍ଥ୍ୟ କେନ୍ଦ୍ରର ୩,୧୭,୬୯୨ ଜଣ ସ୍ୱାସ୍ଥ୍ୟ ସେବା କର୍ମୀଙ୍କ ଡାଟାବେସ୍‍ ପ୍ରସ୍ତୁତ ସହିତ କେଉଁଠାରେ ସେମାନଙ୍କୁ ଟିକା ଦିଆଯିବ ସେଥିନେଇ ସ୍ଥାନ ଚିହ୍ନଟ ସରିଛି । ରାଜ୍ୟ ସରକାର ବର୍ତ୍ତମାନ କୋଲ୍ଡ ଚେନ୍‍ ଗୁଡିକର ଆକଳନ ସହିତ ଆବଶ୍ୟକ ଅଧିକ କୋଲ୍ଡଚେନ୍‍ ଖରିଦ ପ୍ରକ୍ରିୟା ଜାରି ରଖିଛନ୍ତି । କେନ୍ଦ୍ର ସରକାର କୋଭିଡ ଟିକାକରଣ ଲାଗି ସିରିଜ ଯୋଗାଇବେ ଏବଂ ଏନ୍ଇ ଜିଭିଏସ୍‍ ଏହାର ଖରିଦ ଏବଂ ପରିଚାଳନା ସଂକ୍ରାନ୍ତରେ ମାର୍ଗଦର୍ଶନ ପ୍ରଦାନ କରିବ । ଏଥି ସହିତ ଏନ୍ଇ ଜିଭିଏସ୍‍ କେଉଁ ବର୍ଗର ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ ତାହାର ମାର୍ଗଦର୍ଶନ ଦେବା ସହିତ ଟିକା ଚିହ୍ନଟ, ଯୋଗାଣ ଏବଂ ଟ୍ରାକିଂ ବ୍ୟବସ୍ଥା କରାଯିବ କାରଣ ସମଗ୍ର ଦେଶରେ ଏ ନେଇ ସମସ୍ୟା ରହିଛି ।

କୋଭିଡ ଟିକା ପାଇଁ ରଣନୀତି ପ୍ରସ୍ତୁତ ହୋଇସାରିଛି । ଏହାର ଡୋଜ କିଭଳି ଦିଆଯିବ ଏବଂ ହିତାଧିକାରୀମାନେ ଗୋଟିଏ ଟିକାକୁ ପୂର୍ଣ୍ଣମାତ୍ରାରେ ନେବେ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । କାରଣ ଟିକାଗୁଡିକ ବିଭିନ୍ନ ପ୍ଲାଟଫର୍ମରେ ବିକଶିତ ହୋଇଥିବାବେଳେ ଏହାକୁ ଭିନ୍ନ ଭିନ୍ନ ସ୍ଥାନରେ ବଦଳାଯାଇ ପାରିବନାହିଁ । ଭାରତରେ ଏବେ ୮ପ୍ରକାରର ଟିକା ଉପଲବ୍ଧ । ସିରମ ଇନ୍ଷ୍ଟି ଟ୍ୟୁଟର କୋଭିସିଲ୍ଡ ଏବଂ ଏନ୍ଭିାଏକ୍ସ-ସିଓଭି ୨୩୨୩, ଭାରତ ବାୟୋଟେକର କୋଭାକ୍ସିନ, କାଡିଲାର ଜାଇକୋ ଭି-ଡି, ଡକ୍ଟର ରେଡି ଲ୍ୟାବର ସ୍ପୁଟ୍ନିେକ ଭି, ଜେନୋଭାର ଏଚ୍ଜି୍ସିଓ ୧୯ ଏବଂ ଅନ୍ୟ ଦୁଇଟି ଟିକା ରହିଛି । ଏହି ସମସ୍ତ ଟିକାକୁ ଭାରତୀୟ ଉତ୍ପାଦନକାରୀମାନେ ଅନ୍ୟ କମ୍ପାନୀ ସହ ମିଶି ପ୍ରସ୍ତୁତ କରୁଛନ୍ତି । ଟିକା ପାଇଁ ତାପମାତ୍ରା ଅନ୍ୟ ସାର୍ବଜନନୀ ଟିକାକରଣ କାର୍ୟ୍ୟକ୍ରମ (ୟୁଆଇପି) ସହିତ ସମାନ ଏବଂ ତଦନୁଯାୟୀ ବ୍ୟବସ୍ଥା ହେଉଛି । ନିର୍ବାଚନ ମତ ଦାନ ଭଳି ଟିକାକରଣ ପାଇଁ ପଦକ୍ଷେପ ନିଆଯିବ ଯାହା ଫଳରେ ଟିକାକରଣ ସମୟରେ ସାମାଜିକ ଦୂରତା ବଜାୟ ରହିବ ।

Leave A Reply

Your email address will not be published.